ନେତାଜୀଙ୍କ ଜୟନ୍ତୀକୁ ଦେଶ ନାୟକ ଦିବସ ଘୋଷଣା କଲା ପଶ୍ଚିମବଙ୍ଗ

0 72

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ “ଦେଶ ନାୟକ’ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଜାନୁଆରୀ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏହି ଦିନ ୧୨.୧୫ରେ ଦେଶବାସୀଙ୍କୁ ଶଙ୍ଖ ବଜାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଏଥିସହ ସେ କେନ୍ଦ୍ର ସରକାରଙ୍କୁ ସୁଭାଷ ବୋଷଙ୍କ ଜନ୍ମ ଦିନକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ଚିଠି ଲେଖି ସୁପାରିସ କରିଛନ୍ତି । ସେ କହିଛନ୍ତି, ସ୍ୱାଧୀନତା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପାଇଁ ଆମେ କିଛି ବଡ଼ କାମ କରିନାହୁଁ ବୋଲି ମୁଁ ବ୍ୟକ୍ତିଗତ ଭାବେ ହୃଦବୋଧ କରୁଛି । ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ନେତାଜୀଙ୍କ ଜାନୁଆରୀ ୨୩ ଜନ୍ମ ତିଥିକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ସୁପାରିସ କରିଛି । ଏହି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ । ପଶ୍ଚିମବଙ୍ଗରେ ନେତାଜୀଙ୍କ ଜନ୍ମ ଦିନକୁ “ଦେଶ ନାୟକ’ ଦିବସ ଭାବେ ପାଳନ କରାଯିବ । ଜାନୁଆରୀ ୨୩ ଦିନ ୧୨.୧୫ରେ ଶ୍ୟାମବଜାର ଠାରୁ କୋଲକାତାରେ ଥିବା ନେତାଜୀଙ୍କ ଷ୍ଟାଚ୍ୟୁ ଯାଏ ଶୋଭାଯାତ୍ରା ଯିବ । ଏହି ସମୟରେ ପୁଲିସ୍ ବ୍ୟାଣ୍ଡ ବାଜିବ । ଜାନୁଆରୀ ୨୬ରେ ନେତାଜୀଙ୍କ ଜୀବନକୁ ପ୍ରତିଫଳିତ କରୁଥିବା ଏକ ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ କରାଯିବ । ଏହାବାଦ୍ କେନ୍ଦ୍ର ସରକାର ନେତାଜୀଙ୍କ ସମ୍ପର୍କିତ ସମସ୍ତ ଫାଇଲକୁ ସାର୍ବଜନୀନ କରିବାକୁ ମଧ୍ୟ ମମତା ଦାବି କରିଛନ୍ତି ।

Leave A Reply

Your email address will not be published.