ମନ୍ତ୍ରୀମାନଙ୍କ ସହ ଖାଇବାକୁ ମନା କଲେ ଚାଷୀ

0 64

ନୂଆଦିଲ୍ଲୀ, ୪ ।୧: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରଙ୍କ ସହ ୭ମ ଥର ପାଇଁ ଆଲୋଚନା କରିଥିଲେ । ତେବେ ବୈଠକରେ ଯୋଗଦେଇଥିବା କେନ୍ଦ୍ର କୃଷି ଓ ରେଳ ମନ୍ତ୍ରୀଙ୍କ ସହ ଲଞ୍ଚ କରିବାକୁ ଚାଷୀମାନେ ରୋକଠୋକ ମନା କରିଦେଇଛନ୍ତି । ଆପଣମାନେ ଆପଣଙ୍କ ଖାଦ୍ୟ ଖାଆନ୍ତୁ, ଆମେ ଆମ ଖାଇବା ଖାଇବକୁ ବୋଲି ଚାଷୀ ପ୍ରତିନିଧିମାନେ କହିଥିଲେ । ଏହାପରେ କିଛି ଚାଷୀ ଚେୟାର ଉପରେ ଓ ଆଉ କିଛି ଚାଷୀ ତଳେ ବସି ନିଜ ନିଜ ସହ ଆଣିଥିବା ଖାଦ୍ୟକୁ ଖାଇଥିଲେ । ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ୪୦ଟି ଚାଷୀ ସଂଗଠନର ପ୍ରତିନିଧିଙ୍କ ବ୍ୟତୀତ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରେଳମନ୍ତ୍ରୀ ପୀୟୂଷ ଗୋଏଲ, କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶଙ୍କ ସହ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଲଞ୍ଚ ବେଳେ ଚାଷୀ ପ୍ରତିନିଧିଙ୍କୁ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଲଞ୍ଚ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଚାଷୀମାନେ ଏହାକୁ ମନା କରିଦେଇଥିଲେ । ସେମାନେ ନିଜ ଲଙ୍ଗରରୁ ଆଣିଥିବା ଖାଦ୍ୟକୁ ବିଜ୍ଞାନ ଭବନରେ ପରସିବା ସହ ଏହାକୁ ଖାଇଥିଲେ । ଏହାର ଫଟୋ ଏବେ ସାମ୍ନାକୁ ଆସିଛି ।

Leave A Reply

Your email address will not be published.