କୈଳାସ ବିଜୟଭର୍ଗୀୟାଙ୍କ ଗାଡ଼ି ଉପରକୁ ଚପଲ ମାଡ଼

0 79

କୋଲକାତା, ୪ ।୧: ବିଜେପି ନେତା କୈଳାସ ବିଜୟଭର୍ଗୀୟା ଓ ମୁକଲ ରୟ କୋଲକାତାରେ ରୋଡ ଶୋ’ କରୁଥିବା ବେଳେ ସେମାନଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଛି । ପୁଲିସ୍ର ବିନା ଅନୁମତିରେ ଆଜି ବିଜେପି ପକ୍ଷରୁ ଦକ୍ଷିଣ କୋଲକାତାରେ ବିଶାଳ ଶୋଭାଯାତ୍ରା କରାଯାଉଥିଲା । ଏହାର ନେତୃତ୍ୱ କୈଳାସ ନିଜେ ନେଉଥିଲେ । ଏହି ସମୟରେ ତାଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଛି । ମୁକଲ ରୟଙ୍କ ଗାଡ଼ି ଉପରେ ମଧ୍ୟ ଚପଲ ପଡ଼ିଛି । ତେବେ ଶୋଭାଯାତ୍ରାରେ ସାମିଲ ଥିବା କୋଲକାତା ଜୋନର ପର୍ଯ୍ୟବେକ୍ଷକ ସୋଭନ ଚାଟାର୍ଜୀଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଥିଲେ ହେଁ ସେ ଅଳ୍ପକେ ଏଥିରୁ ବର୍ତ୍ତି ଯାଇଛନ୍ତି । ଏହି ଚପଲ ମାଡ଼ ଘଟଣାକୁ ନେଇ ରାଜନୀତି ବୟାନବାଜୀ ମଧ୍ୟ ତୀବ୍ର ହୋଇଛି । ମେଟ୍ରୋପୋଲିସ ଠାରେ ଆୟୋଜନ ହେବାକୁ ଥିବା ରୋଡ ଶୋ’ ପାଇଁ ବିଜେପି ପକ୍ଷରୁ ପୁଲିସ୍କୁ ଅନୁମତି ମଗାଯାଇଥିଲା । ହେଲେ ସୋମବାର ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ରୋଡ ଶୋ’ ପାଇଁ ପୁଲିସ୍ ମନା କରିଥିଲା । ତଥାପି ଆଜି ବିଜେପି ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯିବା ବେଳେ ଅଘଟଣ ଘଟିଛି ।

Leave A Reply

Your email address will not be published.