ଡକ୍ଟର ହରେକୃଷ୍ଣ ମହତାବ ଙ୍କୁ ଭାରତ ରତ୍ନ ଦାବି କଲା ଅନ୍ତରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନର ଉପ ସଭାପତି

0 68

ବାଙ୍କୀ:ଉତ୍କଳ କେଶରୀ ନବ ଓଡ଼ିଶାର ନିର୍ମାତା ତଥା ଓଡିଶା ର ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଅନ୍ତରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନ ର ଉପସଭାପତି ଗୌତମ ମିଶ୍ର।ମହତାବ ଜଣେ ସ୍ଵାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ ଙ୍କ ସହ ଭାରତ ସ୍ୱାଧୀନତା ପାଇଁ ବନ୍ଦୀ ଜୀବନ ଓ ସଂଗ୍ରାମ କରିଥିଲେ।ବମ୍ବେ ର ରାଜ୍ୟପାଳ ଭାବେ ଦାଇତ୍ୱ ଥିବା ବେଳେ ମହତାବ ବମ୍ବେ ର ଉନ୍ନତି ପାଇଁ ବହୁ ଗଠନ ମୂଳକ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ।ଆସାମ, ଓଡ଼ିଶା ,କଲିକତା ର ବହୁତ ଉନ୍ନତି କରିବା ସହ ବିକାଶ ର ଧାରା ରେ ପରିଣତ କରିଥିଲେ।ଦୈନିକ ଖବର କାଗଜ ପ୍ରଜାତନ୍ତ୍ର ର ପ୍ରତିଷ୍ଠାତା ଭାଷା ସାହିତ୍ୟ ରେ ଅନେକ ପୁସ୍ତକ ରଚନା କରି ନୂତନ ପିଢ଼ି ଙ୍କୁ ନିଗ ଦର୍ଶନ ଦେଖେଇବାରେ ମହତାବ ଅତୁଳନୀୟ।ଏହିପରି ଜଣେ କାଳଯଇ ମହାପୁରୁଷଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଅନ୍ତରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନ ର ଉପ ସଭାପତିଶ୍ରୀ ମିଶ୍ର ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କୁ ଅନୁରୋଧ କରିଛନ୍ତି।ଶ୍ରୀ ମିଶ୍ର ଙ୍କୁ ସହ ବହୁ ଓଡ଼ିଶାର ବୁଦ୍ଧିଜୀବୀ ସମର୍ଥନ କରି ମହତାବ ଙ୍କୁ ଭାରତ ରତ୍ନ ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.