ଜ୍ଞାନମନ୍ଦିର ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ର ଶତ ବାର୍ଷିକ ଉତ୍ସବ ଅବସରରେ

0 80

ବାଙ୍କୀ:ଆଜି ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ର ଶତ ବାର୍ଷିକ ଉତ୍ସବ।ବୈଦିକ ଯୁଗରେ ତପବନ ଥିଲା ଆଦର୍ଶ ଜ୍ଞାନ ମନ୍ଦିର।ରାମାୟଣ ଯୁଗରେ ତମସା ନଦୀ କୂଳରେ ଏଭଳି ଏକ ଜ୍ଞାନ ପୀଠ ଥିଲା।ଯାହାର କୁଳପତି ଥିଲେ ବାଲ୍ମୀକି।ଶତ ଶତ ବ୍ରହ୍ମଚାରି ଏହି ତପୋବନ ରେ ଶୃଙ୍ଖଳିତ ଜୀବନ ଯାପନ କରି ନାନାପ୍ରକାର ବୈଷୟିକ ଓ ଆଧ୍ୟାତ୍ମିକ ସ୍ୱାତକ ଭାବରେ ସମାଜର ମଙ୍ଗଳ କାର୍ଯ୍ୟ ରେ ନିଯୁକ୍ତି ଦେଉଥିଲେ।
କାଳ କ୍ରମେ ସରଜୁ,ଗଙ୍ଗା,ଗୋଦାବରୀ,ନର୍ମଦା ଆଦି ତଟ ରେ ଆଶ୍ରମ ଜ୍ଞାନମନ୍ଦିର ମାନ ଗଢି ଉଠିଲା।ପରବର୍ତ୍ତୀ ପର୍ଯ୍ୟାୟରେ ୧୯୧୨ମସିହାରେ ସତ୍ୟବାଦୀ ର ବାକୁଳ ବନର ମୁକ୍ତା ଆକାଶ ତଳେ ଏକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ସେହିପରି ମା ଚର୍ଚ୍ଚକା ଙ୍କ ପାଦ ଦେଶରେ ବହି ଯାଉଥିବା ମହାନଦୀ କୂଳରେ ବାଙ୍କୀ ର ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ୧୯୨୧ମସିହାରେ ସ୍ଥାପିତ ହୋଇଥିଲା। ବାଙ୍କୀ ର କେତେକ ବ୍ୟକ୍ତି ବିଶେଷ ଓ ତତ୍କାଳୀନ ଡେ଼ପୁଟି କଲେକ୍ଟର ବରେନ୍ଦ୍ର କୃଷ୍ଣ ଦାଶ ଅଧିକାରୀ ଙ୍କ ସହଯୋଗରେ ୧୯୨୧ମସିହାରେ ନିର୍ମିତ ହୋଇଥିବା ବିଦ୍ୟାଳୟ ଆଜି ଶତ ବାର୍ଷିକ ଉତ୍ସବ ପାଳନ କରୁଛି।ପ୍ରାରମ୍ଭରୁ ବିଦ୍ୟାଳୟ ର ନାମ ବାଙ୍କୀ -ଡମପଡା ଉଚ୍ଚ ଇଂରାଜୀ ରହିଥିଲା।୧୯୨୫ ମସିହାରେ ବରେନ୍ଦ୍ର କୃଷ୍ଣ ଛୁଟି ନେଇ ବାଙ୍କୀ ରୁ ପୁରୀ ଚାଲିଗଲେ ।ସେଠାରେ ୧୯୩୧ ମସିହା ମାର୍ଚ୍ଚ ୩୧ତାରିଖରେ ସଂସାର ର ମାୟା ବନ୍ଧନ ତୁଟାଇ ସ୍ଵର୍ଗାରୋହଣ କଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ଙ୍କ ନିର୍ଦେଶ ଓ ପରିଚାଳନା କମିଟିର ନିର୍ଦେଶ ଅନୁଯାଇ ବିଦ୍ୟାଳୟ ର ନାମ ପରିବର୍ତିତ ହୋଇ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ରହିଲା।ଏହି ବିଦ୍ୟାଳୟ ଟି ବାଙ୍କୀ ର ଜ୍ଞାନ ମନ୍ଦିର ସଦୃଶ ସର୍ବାଦ୍ରୁତ ହେଲା।ବାଙ୍କୀ ର ଆଖ ପାଖରେ କୌଣସି ଶିକ୍ଷା ଅନୁଷ୍ଠାନ ନଥିବାରୁ ଏଠାକୁ ଆଠଗଡ଼,ତିଗିରିଆ, ନର୍ସିଂପୁର,କେନ୍ଦ୍ରାପଡା, ରଣପୁର, ନୟାଗଡ଼,ଦଶପଲ୍ଲା ଅଞ୍ଚଳରୁ ଛାତ୍ର ଛାତ୍ରୀ ମାନେ ଆସି ପାଠ ପଢୁଥିଲେ।ବାହାର ଛାତ୍ର ମାନଙ୍କ ପାଇଁ ଏଠାରେ ଛାତ୍ର ବାସ ର ବ୍ୟବସ୍ଥା କରାଯାଇଥିଲା।ସମଗ୍ର ଓଡ଼ିଶାରେ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ର ଖ୍ୟାତି ଯଥେଷ୍ଟ ବଢି ଯାଇଥିଲା।ଆଜି ବିଦ୍ୟାପୀଠ ର ଶତ ବାର୍ଷିକ ଉତ୍ସବ ପାଳନ କରାଯାଉଛି ।ଏହି ଅବସର ରେ କେତେକ ପୁରାତନ ଛାତ୍ର ସେମାନଙ୍କ ଅନୁଭୂତି ପ୍ରକାଶ କରିଛନ୍ତି।

ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ଆମ ବାଙ୍କୀ ମୂଳକ ର ଛାତ୍ର ଛାତ୍ରୀ ମାନଙ୍କ ର ସାରସ୍ୱତ ଜନନୀ।ଜନ୍ମଦାତ୍ରୀ ଙ୍କୁ ଯେପରି କିପରି କେହି ଭୁଲି ପାରନ୍ତି ନାହିଁ ,ଏ ଜନନୀ ଟି ମଧ୍ୟ ଆମ ଶୃତି ରେ ସଦା ଜୀବନ୍ତ ରୂପେ ଉଦ୍ଭାସିତ।ଯେତେ କଲେବି ମା ଋଣ ଶୁଝି ହେବନି ।ସେହିପରି ଏହି ସାରସ୍ୱତ ଜନନୀ ର ଗୁଣ ବର୍ଣ୍ଣନା କଲେ ତାର ଶେଷ ସୀମାନ୍ତ ରେ ପହଞ୍ଚି ହୁଏନା। ବିଦ୍ୟାପୀଠ ର ଆମ ସମୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ସହକାରୀ ଶିକ୍ଷକ ମାନେ ଏବେବି ଆମ ଶୃତି ର ଆକାଶ ରେ ଉଜ୍ଜ୍ୱଳ ନକ୍ଷେତ୍ର ସ୍ୱରୂପ ଆମକୁ ଆଲୋକ ଦେଇ ଆସୁଛନ୍ତି।ଏଇ ମାର ଜନ୍ମ ଶତବର୍ଷୀକି ଉଦଘାଟନୀ ଉତ୍ସବରେ ଅନନ୍ତ କୋଟି ପ୍ରାଣମ ଅର୍ପଣ କରୁଅଛି।ମାଗୋ ସନ୍ୟାସ ନେଲେ ହେଁ ଏ ପୁଅଟି ତୋର ହୋଇ ରହି ଥିବ।
ସ୍ୱାମୀ ସମର୍ପଣା ନନ୍ଦ ଗିରୀ।
କ୍ରିୟା ଯୋଗ ଆଶ୍ରମ ବାଲିଘାଇ ,ପୁରୀ

ମା ଚର୍ଚ୍ଚକା ଙ୍କ ଅଶେଷ କୃପା ରୁ ୧୯୨୧ମସିହାରେ ସ୍ଥାପିତ ହୋଇଥିବା ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ର ଆଜି ଶତ ବାର୍ଷିକ ଉତ୍ସବ ।ଯେଉଁ ମହାପୁରୁଷ ମାନଙ୍କ ଉଦ୍ୟମ ରେ ଏହି ଜ୍ଞାନ ମନ୍ଦିର ସ୍ଥାପନ ହୋଇଥିଲା ସେମାନଙ୍କ ସହ ତତ୍କାଳୀନ ଡେ଼ପୁଟି କଲେକ୍ଟର ବରେନ୍ଦ୍ର କୃଷ୍ଣ ଦାଶ ଅଧିକାରୀ ଙ୍କୁ ମୋର କୋଟି କୋଟି ପ୍ରଣାମ।ଆଜିର ଉତ୍ସବ ମୁଖର ଦିବସରେ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ର ଉତ୍ତରୋତର ଉନ୍ନତି କାମନା କରୁଛି।
ଜ୍ଞାନେନ୍ଦ୍ର ମୋହନ ମିଶ୍ର
ସମ୍ପାଦକ ମାସିକ ସାହିତ୍ୟ ଆସର,ବାଙ୍କୀ।

ମୁଁ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ରେ ଶିକ୍ଷା ଲାଭ କରି ନିଜକୁ ଗୌରବମୟ ମନେ କରୁଛି।ଏହି ବିଦ୍ୟାପୀଠ ମୋ ନିଜ ଗ୍ରାମ ଦେବପୁର ଠାରେ ସ୍ଥାପିତ ହୋଇ ଥିବାରୁ ଏହି ବିଦ୍ୟାଳୟ ପ୍ରତି ମୋର ବିଶେଷ ମମତା ରହିଛି।ଏହି ବିଦ୍ୟାଳୟ ରୁ ଶିକ୍ଷା ଲାଭ କରି ମୁଁ ଆଇନ ଜୀବୀ ତଥା ଦୈନିକ ଖବରକାଗଜ ସମାଜ ର ସାମ୍ବାଦିକ ଭାବେ ନିଜର ସୁନାମ ଅର୍ଜନ କରିପାରିଛି ।ଆଜି ବିଦ୍ୟାଳୟ ର ଶତ ବାର୍ଷିକ ଦିବସ ପାଳନ ଉପଲକ୍ଷେ ଶତବାର୍ଷିକ କମିଟି ର କର୍ମକର୍ତ୍ତା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷତ୍ରୀ ଙ୍କୁ ମୁଁ ଅଭିନନ୍ଦନ ଜ୍ଞାପନ କରୁଛି।
ବଳଭଦ୍ର ପଣ୍ଡା
ସଭାପତି ବାଙ୍କୀ ପ୍ରେସ କ୍ଲବ।

ମୁଁ ହାଇରାଜପୁର ବାଙ୍କୀ ରେ ଜନ୍ମ ଗ୍ରହଣ କରି ଶୈଶବ ବାଲ୍ୟ ନିଜ ଜନ୍ମ ଭୂମି ରେ କାଟି ଏଠାରେ ୭ମରୁ୮ମ ପଢି ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ରେ ୮ମରୁ୧୦ ପର୍ଯ୍ୟନ୍ତ ଶିକ୍ଷା ଲାଭ କରି ମା ଚର୍ଚ୍ଚକା ଙ୍କ କୃପା ରୁ ଯାହାବି ପରିଚୟ ସମ୍ମାନ ପ୍ରାପ୍ତ ହୋଇଛି ତାହା ଏହି ବିଦ୍ୟାପୀଠ ର ଦାନ।ଏହି ବିଦ୍ୟାପୀଠ ରୁ ଶିକ୍ଷା ଓ ଦୀକ୍ଷା ସାଙ୍ଗ ସାଥି ସବୁ ପ୍ରାପ୍ତ ହୋଇଛି।ଆମ ବିଦ୍ୟାପୀଠ କେବଳ ବାଙ୍କୀ ନୁହେଁ ସମଗ୍ର ଓଡ଼ିଶାରେ ନିଜର ପରିଚୟ ସୃଷ୍ଟି କରି କେତେଜେ ଉଜ୍ଜ୍ୱଳ ଦିଗଗଜ ଛାତ୍ର କୁ ତୋଳି ପାରିଛି ତାହାର ହିସାବ ନାହିଁ ।ମୁଁ ଏହି ଜ୍ଞାନ ମନ୍ଦିର କୁ କୋଟି ପ୍ରଣାମ କରୁଛି।
ପଣ୍ଡିତ ନିରଞ୍ଜନ ମହାପାତ୍ର
ଜୋତ୍ରୀବିତ,
ଟୁ ଏଫ/୬୦୪,ସି ଡି ଏ ୧୦.କଟକ

ମୁଁ ପୁରାତନ ଛାତ୍ର ହିସାବରେ ଶତ ବାର୍ଷିକ ଉତ୍ସବ ର ସଫଳତା କାମନା କରିବା ସହ ମୁଁ ସେହି ବିଦ୍ୟାପୀଠ ରେ ୧୯୭୫ରୁ୭୯ ଶିକ୍ଷା ଲାଭ କରି ନିଜକୁ ଧନ୍ୟ ମନେକରୁଛି।ସେ ସମୟର ଗୁରୁଜୀ ଙ୍କ ଶିକ୍ଷା ଦାନ ରେ ଆଜି ମୁଁ ନିଜକୁ ସମାଜରେ ପ୍ରତିଷ୍ଠା ଲାଭ କରିପାରିଛି ।ମୋର ବିଦ୍ୟାଳୟ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ କୁ କୋଟି ପ୍ରଣାମ।
ସମରେନ୍ଦ୍ର ମହାପାତ୍ର।
ସମବାୟବିତ,ବାଙ୍କୀ

ପ୍ରକୃତ ରେ ଆମକୁ କିଏ ମଣିଷ କରିଥାଏ ଶିକ୍ଷା ଲାଭ କରେଇଥାଏ ସେ ହେଲା ଆମ ବିଦ୍ୟାପୀଠ ।ସେହି ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ଅନେକ କୃତି ଛାତ୍ର ଆଜି ସମଗ୍ର ଦେଶ ବିଦେଶରେ ନିଜର ପ୍ରତିଷ୍ଠା ଲାଭ କରି ବିଦ୍ୟାପୀଠ ର ନାମ କୁ ଉଜ୍ଜ୍ୱଳ କରି ପାରିଛି।ଆମ ସମୟର ଶିକ୍ଷକ ଶିକ୍ଷତ୍ରୀ ଙ୍କ ପାଠ ପଢା ଓ ଆମ ମାନଙ୍କ ଚରିତ୍ର ଗଠନ କରିବାରେ ବିଦ୍ୟାପୀଠ ର ଅବଦାନ ଅତୁଳନୀୟ ।ଆଜି ଆମେ ଯାହା ହୋଇଛୁ ତାହା ଆମ ବିଦ୍ୟାପୀଠ ର ଦାନ ଆଜିର ଶତବାର୍ଷିକ ଦିବସ ରେ ମୁଁ ମୋ ବିଦ୍ୟାପୀଠ କୁ କୋଟି ପ୍ରଣାମ କରୁଛି।
ଧରଣୀ ଧର ନନ୍ଦ
ଯୁଗ୍ମ ସଚିବ
ମହିଳା ଶିଶୁ ବିଭାଗ ତଥା ମିଶନ ଶକ୍ତି।
ଭୁବନେଶ୍ୱର।

ଗୌତମ ମିଶ୍ର
ସାମ୍ବାଦିକ ତଥା ସାମାଜିକ କର୍ମୀ

Leave A Reply

Your email address will not be published.