ରବର୍ଟ ଭଦ୍ରାଙ୍କ ଘରେ ପୁଣି ପହଞ୍ଚିଲା ଆୟକର ବିଭାଗର ଟିମ୍

0 73

ନୂଆଦିଲ୍ଲୀ, ୫ ।୧: ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କୁ ଆୟକର ବିଭାଗର ମାରାଥନ୍ ଜେରା । ରବର୍ଟ ଭଦ୍ରାଙ୍କ ଘରେ ପୁଣି ପହଞ୍ଚିଲା ଆୟକର ବିଭାଗ । ଏହା ପୂର୍ବରୁ ସୋମବାର ରବର୍ଟ ଭଦ୍ରାଙ୍କୁ ଆୟକର ଟିମ୍ ୮ ଘଣ୍ଟା ପଚରାଉଚରା କରିଥିଲା । ବିକାନେର ଓ ଫରିଦାବାଦ ଜମି କେଳେଙ୍କାରୀ ମାମଲାରେ ଆୟକର ବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି କିଛି କାଗଜ ପତ୍ର ସମ୍ପର୍କରେ ରବର୍ଟ ଭଦ୍ରାକଙ୍କୁ ପଚରା ଉଚରା କରିଥିଲା ଆଇକର ବିଭାଗ ଟିମ୍ । ପୂର୍ବରୁ ଏହି ସବୁ କାଗଜ ପତ୍ର ରବର୍ଟ ଦାଖଲ କରିପାରିନଥିଲେ । ତେବେ ଆଜି ପୁଣି ଏହି ସମ୍ପର୍କରେ ଆୟକର ଟିମ୍ ପଚରା ଉଚରା କରିପାରେ । ବେନାମୀ ସମ୍ପତ୍ତି ମାମଲାରେ ପୂର୍ବରୁ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ନୋଟିସ୍ ପଠାଇଥିଲା । କିନ୍ତୁ କରୋନା ବାହାନା ଦେଇ ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହୋଇନଥିଲେ ରବର୍ଟ ଭଦ୍ରା । ସୋମବାର ଆୟକର ବିଭାଗର ଏକ ଟିମ୍ ସୁଖଦେବ ବିହାର ସ୍ଥିତ ରବର୍ଟ ଭଦ୍ରାଙ୍କ ବାସଭବନରେ ପହଞ୍ଚିଥିଲା । ଅଭିଯୋଗ ଅନୁଯାୟୀ ରବର୍ଟ ଭଦ୍ରାଙ୍କ କମ୍ପାନୀ କମ ଦାମରେ ବିକାନେରରେ ଜମି କିଣି ଚଢ଼ା ଦରରେ ବିକ୍ରି କରି ମୋଟାଅଙ୍କର ଲାଭ କରିଥିଲା । ଏଥି ସହ ଜଡ଼ିତ ଅନ୍ୟ ଏକ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଯାଞ୍ଚ ମଧ୍ୟ କରୁଛି । ରବର୍ଟ ଭଦ୍ରାଙ୍କ ଉପରେ ମନି ଲଣ୍ଡରିଂ ମାମଲା ମଧ୍ୟ ଚାଲିଛି ।

Leave A Reply

Your email address will not be published.