ପ୍ରଥମ ଉଦ୍ୟମରେ ୟୁପିଏସସିରେ ବାଜିମାତ କଲେ ବାଚସ୍ପତି ବିର୍ଲାଙ୍କ ଝିଅ

0 75

ଜୟପୁର, ୫ ।୧: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଘରେ ଖୁସିର ଉତ୍ସବ ଦେଖିବାକୁ ମିଳିଛି । କାରଣ ବାଚସ୍ପତିଙ୍କ ଝିଅ ଅଞ୍ଜଳୀ ବିର୍ଲା ପ୍ରଥମ ଉଦ୍ୟମରେ ହିଁ ୟୁପିଏସସି ପକ୍ଷରୁ ଆୟୋଜିତ ପ୍ରଶାସନିକ ସେବା ପରୀକ୍ଷା(ସିଏସ୍ଇ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । କୋଟାରେ ରହୁଥିବା ବିର୍ଲାଙ୍କ ସାନ ଝିଅଙ୍କ ସମେତ ୮୯ ଜଣ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍ ହୋଇଛନ୍ତି । ଏହି ଖବର ମିଳିବା ପରେ କୋଟାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସମସ୍ତେ ଅଞ୍ଜଳୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଫୁଲ ମାଳ ପିନ୍ଧାଇଛନ୍ତି । ସେହିପରି ତାଙ୍କ ସଫଳତାକୁ ମିଠା ବାଣ୍ଟି ବନ୍ଧୁ ଓ ପରିବାରର ସଦସ୍ୟମାନେ ସ୍ୱାଗତ କରିଛନ୍ତି । ଅଞ୍ଜଳି କହିଛନ୍ତି, ଆମ ଘରର ସବୁ ସଦସ୍ୟ ଲୋକ ଓ ସମାଜର ସେବା କରୁଛନ୍ତି । ମୋ ବାପା ଜଣେ ରାଜନେତା, ମା’ ଜଣେ ଡାକ୍ତର । ମୋ ବଡ଼ ଭଉଣୀ ସିଏ । ତେଣୁ ମୁଁ ସମାଜ ପାଇଁ କିଛି କରିବା ପାଇଁ ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲି । ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବେଳେ ମୋର ପୂରା ପରିବାର ମୋତେ ସହଯୋଗ କରିଥିଲେ । ସାକ୍ଷାତକାରର ସମ୍ମୁଖୀନ ହେବା ପାଇଁ ମୋତେ ସେମାନେ ପ୍ରସ୍ତୁତ ମଧ୍ୟ କରିଥିଲେ । ଯଦି ମୋତେ ମହିଳା ସଶକ୍ତିକରଣ ଉପରେ କାର୍ଯ୍ୟ କରିବାକୁ ପ୍ରଶାସନିକ ସ୍ତରରେ ସୁଯୋଗ ମିଳିବ, ତା’ହେଲେ ମୁଁ ବହୁତ ଖୁସି ହେବି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.