କଟକରେ ନକଲି ଚା’ ପତି ଫ୍ୟାକ୍ଟ୍ରିଠାବ

0 53

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବା କଟକରୁ ପୁଣି ନକଲି ଚା ପତି ଫ୍ୟାକ୍ଟ୍ରିଠାବ କରାଯାଇଛି । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଆଜି ଅପମିଶ୍ରିତ ଚା ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ। କଟକର ସଦର ଥାନା ମୁକାମେଶ୍ୱର ଗାଁରେ ଏହି ନକଲି ଚା ପତି ଫ୍ୟାକ୍ଟ୍ରି ଥିବା ଜଣାପଡ଼ିଛି। ପ୍ରାୟ ୫୦ କ୍ୱିଣ୍ଟାଲର ନକଲି ଚା ପତି ସହ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଜବତ ମଧ୍ୟ ଜବତ କରିଛି ପୋଲିସ୍। ଏହାସହ ଜଣଙ୍କୁ ଅଟକ ରଖି ସଦର ଥାନା ପୋଲିସ ପଚରାଉଚରା କରୁଛି। ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କଟକରେ ନକଲି ପନିର ଜବତ ହୋଇଥିଲା । କଟକ ଚାଉଳିଆଗଞ୍ଜ ପୋଲିସ୍‌ ଓ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର ଜବତ କରିଥିଲା । ସେହିପରି କିଛିଦିନ ତଳେ କଟକ ଜଗତପୁର ଅଞ୍ଚଳରେ ନକଲି ସୋୟା ବଡ଼ି ତିଆରି କାରଖାନା ମଧ୍ୟ ଠାବ କରାଯାଇଥିଲା। ଆର୍‌.ଏମ୍.ମିଲ୍ ନାଁରେ ଚାଲିଥିବା ଏହି କାରଖାନାରେ ତିଆରି ହେଉଥିଲା ଅପମିଶ୍ରିତ ସୋୟା ବଡ଼ି । ପୋଲିସ୍‌ ଏହି କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣର ଅପମିଶ୍ରିତ ସୋୟା ବଡ଼ି ସହ ବିଭିନ୍ନ ପ୍ରକାରର କଞ୍ଚାମାଲ୍ ଏବଂ କେମିକାଲକୁ ଜବତ କରିଥିଲା। ଏଠାରେ ପୋକରା ଚାଉଳ ଏବଂ ଅମୋନିଆ ବାଇକର୍ବୋନେଟ୍ ବ୍ୟବହାର କରି ସୋୟା ବଡ଼ି ତିଆରି କରାଯାଉଥିଲା। ସୋୟାବଡ଼ିକୁ ଫୁଲାଇ ରଖିବା ପାଇଁ ଏହି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା। ବିଗତ କିଛି ମାସ ଧରି କଟକର ବିଭିନ୍ନ ସ୍ଥାନରେ ଲଗାତାର ଭାବେ ରେଡ୍ କରୁଛି ପୋଲିସ । କେତେବେଳେ ନକଲି ମସଲା ତ ଆଉ କେତେବେଳେ ନକଲି ଘିଅ ଓ ଆଉ କେତେବେଳେ ନକଲି ପୂଜା ସାମଗ୍ରୀ ଜବତ ହୋଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.