ନିଲମ୍ବିତ ହେଲେ କମର୍ଦ୍ଦା ଥାନା ASI

0 81

ଜଳେଶ୍ୱର : ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ASI ଭକ୍ତହରି ପଟ୍ଟନାୟକ। ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା, ପୁଲିସ୍‌ କ୍ଷମତାର ଅପବ୍ୟବହାର କରିବା ତଥା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କମର୍ଦ୍ଦା ASIଙ୍କୁ ନିଲମ୍ବନ କରାଯାଇଛି । ଏ ସମ୍ପର୍କରେ ବାଲେଶ୍ଵର SP ସୁଧାଂଶୁ ଶେଖର ମିଶ୍ର ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,  ଦୁଇ ଅଭିଯୋଗକାରୀଙ୍କ ଘଟଣାର ତଦନ୍ତ କରିବା ପାଇଁ ASI ଭକ୍ତହରି ପଟ୍ଟନାୟକ ଦୁଇ ହଜାର ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଥିଲା। ଏହାର ଅଡିଓ ଭାଇରାଲ ହୋଇଥିଲା। ଏହାପରେ ଅନ୍ୟ ଜଣେ ଅଭିଯୋଗକାରୀ ଥାନା ସମ୍ମୁଖରେ ASIଙ୍କ ସହ କଥା ହୋଇ ଅଭିଯୋଗର ସମାଧାନ କରୁ ନ ଥିବାରୁ ନେଇଥିବା ଟଙ୍କା ଫେରାଇବା ପାଇଁ କହିଥିଲେ। ଏହାକୁ ନେଇ ASI ସମ୍ପୃକ୍ତ  ଅଭିଯୋଗକାରୀଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। କିଛି ସାମ୍ବାଦିକ ଏହାର ଭିଡିଓ ଉତ୍ତୋଳନ କରୁଥିବା ଜଣାପଡ଼ିବା ପରେ ASI ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ବାଲେଶ୍ଵର SPଙ୍କ ନିର୍ଦ୍ଦେଶ କ୍ରମେ ଆଡିସନାଲ ଏସ୍‌ପି ମନୋରଞ୍ଜନ ସାମଲ ତଦନ୍ତ ପାଇଁ କମର୍ଦ୍ଦା ଥାନାରେ ପହଞ୍ଚିଥିଲେ  ।   ଗଣମାଧ୍ୟମ ପ୍ରତିନିଧି ଏବଂ ସମସ୍ତ ଅଭିଯୋଗକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ତେବେ ଆଜି ବାଲେଶ୍ଵର SP ସୁଧାଂଶୁ ଶେଖର ମିଶ୍ର କମର୍ଦ୍ଦା ଥାନା ASI ଭକ୍ତ ହରି ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଥିବା ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି   ।

Leave A Reply

Your email address will not be published.