ଆନ୍ଧ୍ର ସୀମାନ୍ତ ଗଜପତିରେ ବାର୍ଡ ଫ୍ଲୁ ଆତଙ୍କରେ ଲୋକେ ଆତଙ୍କିତ

0 69

ପାରଳାଖେମୁଣ୍ଡି,୧୮ା୧୨: ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ରହିଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସମେତ କାଶୀନଗର,ଗୁମ୍ମା,ଗୋଷାଣୀ,ରାୟଗଡ ବ୍ଲକ୍କୁ ମୁଖ୍ୟତଃ ପୋଡଶୀ ଆନ୍ଧ୍ରରୁ ଦୈନିକ କୁକୁଡା ଓ ଅଣ୍ଡା ଆସୁଛି । ବର୍ତ୍ତମାନ ଆନ୍ଧ୍ରର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖାଦେବା ସହ ଆନ୍ଧ୍ର ପ୍ରଶାସନ ବିଭିନ୍ନ କଟକଣା ଜାରି କରିଛନ୍ତି । ଏହାଦ୍ୱାରା ଆନ୍ଧ୍ରରେ କୁକୁଡା ଓ ଅଣ୍ଡାର ଦର ବିଶେଷ ଭାବେ କମ ହୋଇଛି । ଏହାର ସୁଯୋଗ ନେଇ ଗଜପତିର ହୋଲସେଲର ବ୍ୟବସାୟୀମାନେ ଆନ୍ଧ୍ରରୁ କମ ଦରରେ କୁକୁଡା ଓ ଅଣ୍ଡା ଆଣି ଏଠାରେ ପୂର୍ବ ଭଳି ଚଢା ଦରରେ ବିକ୍ରି କରି ଚାଲିଛନ୍ତି । ଆନ୍ଧ୍ରରେ ବାର୍ଡ ଫ୍ଲୁ ଦେଖାଦେବା ସହ ଆନ୍ଧ୍ର ପ୍ରଶାସନ ବିଭିନ୍ନ କଟକଣା ଜାରିକୁ ଦେଖି ଗଜପତିରେ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । କୁକୁଡା ଓ ଅଣ୍ଡା ଖାଦ୍ୟ ଭାବେ ବ୍ୟବହାର କରି ପାରିବେ କି ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁରକ୍ଷା ପାଇଁ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି,ଏନେଇ ସିଡିଭିଓଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

Leave A Reply

Your email address will not be published.