କାର ଓ ବାଇକ ପୋଡି ଘଟଣାରେ ୨ ଗିରଫ

0 71

ପାରଳାଖେମୁଣ୍ଡି,୦୮ା୦୧: ପାରଳାଖେମୁଣ୍ଡି ସହର ଉପକଣ୍ଠର ଦେବିତୀ ଗ୍ରାମରେ ଗୁରୁବାର ମଧ୍ୟ ରାତ୍ରରେ ଗୋଟିଏ କାର ଓ ଦୁଇଟି ବାଇକକୁ ନିଆଁ ଲଗାଇ ଜାଳି ଦେଇଥିବା ମାମଲାରେ ୨ଜଣଙ୍କୁ ପୋଲିସ ଗିରଫ କରିଛି । ଦେବିତୀ ଗ୍ରାମର ଏ.କ୍ରିଷ୍ଣାଙ୍କ ଘର ନିକଟରେ ଏହି କାର ଓ ଦୁଇଟି ବାଇକକୁ ନିଆଁ ଲଗାଇ ଦିଆଯାଇଥିଲା । ଏନେଇ ପାରଳା ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ସନ୍ଦେହରେ ୨ଜଣଙ୍କୁ ଥାନାକୁ ଆଣି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ଏଥିରେ ଏସ.କୁମାର ଓ ଚିନ୍ତାଡା ଚିନ୍ନା ୨ଜଣ ପୂର୍ବ ଶତୃତାକୁ କେନ୍ଦ୍ରକରି ଏହି ଘଟଣା ଘଟାଇଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିବା ପାରଳା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଜଣାଇଛନ୍ତି ।

Leave A Reply

Your email address will not be published.