ବିଷାକ୍ତ ମଦ ନେଲା ୫ ଜୀବନ

0 70

ବୁଲନ୍ଦସହର,୮ ।୧: ଉତ୍ତର ପ୍ରଦେଶରେ ବିଷାକ୍ତ ମଦର କଳା କାରବାରରେ ଲାଗୁନାହିଁ ଲଗାମ । ଫଳରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଥମିବାର ନାଁ ନେଉନାହିଁ । ବୁଲନ୍ଦସହର ଜିଲ୍ଲାରେ ବିଷାକ୍ତ ମଦ ପିଇ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୧୨ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ଏଥିରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାକୁ ନେଇ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଏସଡିଏମଙ୍କ ସମେତ ଅନେକ ଥାନାର ଅଧିକାରୀ ପହଞ୍ଚିଛନ୍ତି । ଏହି ଘଟଣା ସିକନ୍ଦରାବାଦ ଥାନା ଅନ୍ତର୍ଗତ ଜିତଗଢି ଗାଁରେ ଘଟିଛି । କୁହାଯାଉଛି ଗାଁର କିଛି ଲୋକ ଗୁରୁବାର ମଦ ପିଇଥିଲେ । ଏହା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସ୍ପିଟାଲରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଚିକିତ୍ସା ସମୟରେ ହୀରାଲାଲ ନାମକ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ୧୫ ଜଣଙ୍କୁ ଅଲଗା ଅଲଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାମଲାରେ ପୋଲିସ ଅଧିକାରୀଙ୍କ ଅବହେଳା ନେଇ ଏସପି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଥାନା ଅଧିକାରୀ ଦୀକ୍ଷିତ କୁମାର ତ୍ୟାଗୀ, ହଲକାର ଇନଚାର୍ଜ ଅନୋଖେ ପ୍ରଭାରୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ପୋଲିସ ଘଟଣାରେ ୩ ଜଣଙ୍କୁ ଅଟକ ରଖି ଜେରା କରୁଛି । ଅପରପକ୍ଷେ ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ ମଦ ମାଫିଆ ଓ ଅବକାରୀ ବିଭାଗର ସଲାସୁତୁରାରେ ବିଷାକ୍ତ ମଦ ବିକ୍ରି କରାଯାଉଥିଲା । ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଲୋକଙ୍କ ଚିକିତ୍ସା ଜାରି ରହିଛି । କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ବୁଲନ୍ଦସହର ଏସପି ସନ୍ତୋଷ କୁମାର ସିଂହ ଘଟଣାର ଯାଞ୍ଚ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.