ମାନିଲା ପାକ୍ :ବାଲାକୋଟ ଷ୍ଟ୍ରାଇକରେ ମରିଥିଲେ ୩୦୦ ଆତଙ୍କବାଦୀ

0 69

ନୂଆଦିଲ୍ଲୀ, ୯ ।୧: ସାମ୍ନାକୁ ଆସିଲା ବାଲାକୋଟ ଏୟାର ଷ୍ଟ୍ରାଇକର ସତ । ୨୦୧୯ ଫେବୃଆରୀ ୨୬ରେ ପୁଲୱାମା ହମଲାର ବଦଲା ନେବାକୁ ଭାରତ କରିଥିବା ଏୟାର ଷ୍ଟ୍ରାଇକ୍ରେ ୩୦୦ ଆତଙ୍କୀ ନିହତ ହୋଇଥିବା ଆଜି ପାକିସ୍ତାନର ଜଣେ ପୂର୍ବତନ କୂଟନୀତିଜ୍ଞ ସୂଚନା ଦେଇଛନ୍ତି । ଟିଭି ବିତର୍କରେ ସବୁ ବେଳେ ପାକିସ୍ତାନ ଆର୍ମିର ଓକିଲାତି କରୁଥିବା ପୂର୍ବତନ କୂଟନୀତିଜ୍ଞ ଅଘା ହିଲାଲୟ ଆଜି ସବୁ ମିଛରୁ ପରାଦ ଉଠାଇ ଦେଇଛନ୍ତି । ଭାରତ ଏୟାର ଷ୍ଟ୍ରାଇକ କରିଥିଲେ ହେଁ ପାକିସ୍ତାନ ଏଥିରେ କେହି ମୃତାହତ ହୋଇ ନଥିବା କହିଥିଲା । ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦର କ୍ୟାମ୍ପକୁ ଟାର୍ଗେଟ କରି ଭାରତ ଏୟାର ଷ୍ଟ୍ରାଇକ କରିଥିଲା । ହେଲେ ପାକିସ୍ତାନ ନିଜ ଦେଶରେ କେହି ଆତଙ୍କବାଦୀ ନାହାନ୍ତି ବୋଲି କହିବା ସହ ଭାରତ ଉପରେ ପାଲଟା ଆକ୍ରମଣ କରିବାକୁ ପ୍ରୟାସ କରିଥିଲା । ଏବେ ଅଘା ହିଲାଲୟ ପାକିସ୍ତାନର ସବୁ ମିଛର ଗୁମର ଖୋଲି ଦେଇଛନ୍ତି । ସେ କହିଛନ୍ତି, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ସହ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ୩୦୦ ଜଣ ପ୍ରାଣ ହରାଇଥିଲେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆମ ଟାର୍ଗେଟ ସେମାନଙ୍କ ଟାର୍ଗେଟରୁ ଭିନ୍ନ ଥିଲା । ଆମେ ସେମାନଙ୍କର ହାଇ କମାଣ୍ଡଙ୍କୁ ଟାର୍ଗେଟ କରିଥିଲୁ । ଏହା ଆମର ଆଇନଗତ ଟାର୍ଗେଟ ଥିଲା । କାରଣ ଆମେ ସେନାରେ କାମ କରୁଥିବା ଲୋକଙ୍କୁ ଟାର୍ଗେଟ କରିଥିଲୁ । ଆମେ ଏହାକୁ ସର୍ଜିକାଲ ଷ୍ଟ୍ରାଇକ ଭାବେ ବିବେଚନା କରିଥିଲୁ ଓ କୌଣସି ମୃତାହତ ମଧ୍ୟ ଘଟିନଥିଲା । ଆମେ ଏପରି କରି ସେମାନଙ୍କୁ ଜଣାଇ ଦେବାକୁ ଚାହୁଁଥିଲୁ ଯେ ସେମାନେ ଯାହା କରିବେ, ଆମେ ମଧ୍ୟ ଏହାର ଜବାବରେ ସମାନ କାମ କରିପାରିବୁ । ହେଲେ ଆମେ ବିବାଦକୁ ଅଧିକ ତୀବ୍ର କରିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.