ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋଲାଙ୍କି

0 80

ଅହମଦାବାଦ, ୯ ।୧:ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧହସିହ୍ନ ସୋଲାଙ୍କି । ୯୪ ବର୍ଷରେ ଆଜି ତାଙ୍କର ବିୟୋଗ ହୋଇଛି । ସେ ଗୁଜରାଟର ସପ୍ତମ ମୁଖ୍ୟମନ୍ତ୍ରୀ ସହିତ ଜଣେ ବରିଷ୍ଠ କଂଗ୍ରେସ ନେତା । ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ସେ ଦେଶ ପାଇଁ କାମ କରିଛନ୍ତି । ୩୦ ଜୁଲାଇ ୧୯୨୭ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୮୦ରେ ସୋଲାଙ୍କି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ (କେଏଚଏଏମ୍) ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ । ୧୯୮୦ ନିର୍ବାଚନ ପୂର୍ବରୁ ସେ ଗୁଜରାଟରେ କେଏଚଏଏମ୍ ମେଣ୍ଟକୁ ଆସିଥିଲେ । ସେ ରାଜନେତା ସହିତ ଜଣେ ଆଇନଜୀବୀ ମଧ୍ୟ ଥିଲେ । ୧୯୮୦ ପୂର୍ବରୁ ୧୯୭୬ରେ ମଧ୍ୟ ସୋଲାଙ୍କି ଅଳ୍ପ ସମୟ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ତେବେ ୧୯୮୫ରେ ସେ ଇସ୍ତଫା ଦେଇଥିଲେ । ପରେ ୧୮୨ ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିଥିଲେ । ସୋଲାଙ୍କି ୨୧ ଜୁନ୍ ୧୯୯୧ରୁ ୩୧ ମାର୍ଚ୍ଚ ୧୯୯୨ ଯାଏ ବୈଦେଶିକ ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.