ବାଡ ଫ୍ଲୁ ଭୟ, ଦିଲ୍ଲୀରେ ହାଇ ଆଲର୍ଟ

0 65

ନୂଆଦିଲ୍ଲୀ, ୧୦ ।୧ : କରୋନା ମହାମାରୀ ଭିତରେ ସାରା ଦେଶର ବିଭନ୍ନ ରାଜ୍ୟରେ ଏବେ ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ । ହିମାଚଳଠାରୁ ଆରମ୍ଭ କରି କେରଳ ଏବଂ ଗୁଜରାଟ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ଅନେକ ରାଜ୍ୟରେ ପକ୍ଷୀ ମରିପଡିଥିବା ଖବର ସାମ୍ନାକୁ ଆସିଛି । ୭ଟି ରାଜ୍ୟ- ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ତାନ, କେରଳ ଏବଂ ଉତ୍ତରପ୍ରେଦଶରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ ହୋଇସାରିଛି । ତେବେ ରାଜଧାନୀ ଦିଲ୍ଲୀ, ଛତିଶଗଡ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ପକ୍ଷୀମାନଙ୍କ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି । ରାଜଧାନୀ ଦିଲ୍ଲୀରେ କରୋନା ପରେ ଏବେ ବାର୍ଡ ଫ୍ଲୁକୁ ନେଇ ଭୟ ଖେଳିଯାଇଛି । ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ନେଇ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ରାଜଧାନୀର ଭିନ୍ନ ଭିନ୍ନ ଅଞ୍ଚଳରେ ଲଗାତର ପକ୍ଷୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି, ଯାହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି । ନିକଟରେ ଦିଲ୍ଲୀର ଏକ ପାର୍କରେ ୧୭ଟି କାଉ ମରିପଡିଥିବା ଦେଖିବାକୁ ମିଳିଛି । ସହିପରି ଦ୍ୱାରକା ଡିଡିଏ ପାର୍କରେ ୨ଟି କାଉର ମୃତ୍ୟୁ ହୋଇଛି । ଦିଲ୍ଲୀ ସଞ୍ଜୟ ନଦୀରେ ୧୦ଟି ବତକ ମରି ପଡିଛନ୍ତି । ମୟୂର ବିହାର ଫେଜ୍-୩ରେ ଥିବା ଏକ ପାର୍କ ଭିତରେ ତିନିରୁ ଚାରି ଦିନ ହେବ କାଉ ମରି ପଡୁଥିବା ଦେଖିବାକୁ ମିଳିଛି । ବାର୍ଡ ଫ୍ଲୁର ବିପଦକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇ ଅଲର୍ଟ ଜାରି କରିଛନ୍ତି । ଗାଜିପୁରରେ ଥିବା କୁକୁଡା ଫାର୍ମକୁ ୧୦ ଦିନ ପାଇଁ ବନ୍ଦ କରାଯାଇଛି । ଦିଲ୍ଲୀର ପ୍ରତି ଜିଲ୍ଲାରେ ନଜର ରଖିବା ପାଇଁ ସର୍ଭେଲାନ୍ସ ଟିମ ଗଠନ ହୋଇଛି । ସେପଟେ ପଶୁ ଡାକ୍ତରମାନେ ଲଗାତାର ସର୍ଭେ ଜାରି ରଖିଛନ୍ତି । ଏଥିସହ ମୃତ ପକ୍ଷୀଙ୍କ ସୂଚନା ଦେବା ପାଇଁ ଏକ ହେଲ୍ପ ଲାଇନ ନମ୍ୱର ମଧ୍ୟ ଜାରି କରିଛନ୍ତି ଦିଲ୍ଲୀ ସରକାର । ସେପଟେ ବାର୍ଡ ଫ୍ଲୁ ଯୋଗୁଁ କାନପୁର ଚିଡିଆଖାନାକୁ ସିଲ୍ କରାଯାଇଛି । ଚିଡିଆଖାନାର ୪ଟି ମୃତ ପକ୍ଷୀଙ୍କ ନମୂନାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ଚିଡିଆଖାନାର ଆଖ ପାଖ ଅଞ୍ଚଳକୁ ରେଡ୍ ଜୋନ ଘୋଷଣା କରାଯାଇଛି । ଏଥିସହ ଯେଉଁ ବଡ ପକ୍ଷୀଙ୍କ ଦେହରେ ବାର୍ଡ ଫ୍ଲୁ ଭାଇରସ ଚିହ୍ନଟ ହୋଇଛି ସେମାନଙ୍କୁ ମାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସେହିପରି ହିମାଚଳ ପ୍ରେଦଶରେ ପୋଙ୍ଗ ହ୍ରଦରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆତଙ୍କ ଖେଳିଯାଇଛି । ଏଠାରେ ୩୫୦୦ ପ୍ରବାସୀ ପକ୍ଷୀଙ୍କୁ ମାରି ଦିଆଯାଇଛି । ଚିକେନ ଏବଂ ଅଣ୍ଡା ବିକ୍ରି ବ୍ୟାନ କରାଯାଇଛି । ଅନ୍ୟପଟେ ବାର୍ଡ ଫ୍ଲୁ କବଳରେ ରାଜସ୍ଥାନର ୧୧ ଜିଲ୍ଲା ରହିଛି । ଏଠାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଜମ୍ମୁକାଶ୍ମୀରେ ମଧ୍ୟ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତ ଅବଲମ୍ବନ କରାଯାଉଛି ।

Leave A Reply

Your email address will not be published.