ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ବ୍ଲାକବକ୍ସ

0 69

ନୂଆଦିଲ୍ଲୀ, ୧୦ ।୧ : ଶନିବାର ଇଣ୍ଡୋନେସିଆ ଜକର୍ତ୍ତାରେ ହୋଇଥିବା ବିମାନ ଦୁର୍ଘଟଣାର ମିଳିଛି ବ୍ଲାକବକ୍ସ । ବିମାନ ଦୁର୍ଘଟଣାର ଦିନକ ପରେ ଜାଭା ସାଗରରୁ ଭଗ୍ନାବଶେଷ ମିଳିଥିବାବେଳେ ଯାତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଓ କିଛି ଫଟା କପଡା ମଧ୍ୟ ଉଦ୍ଧାର ହୋଇଛି । ଏନେଇ ଇଣ୍ଡୋନେସିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଶନିବାର ଶ୍ରୀବିଜୟା ଏୟାର ବିମାନ ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାରୁ ଉଡାଣ ଭରିଥିଲେ । କ୍ରୁ ମେମ୍ବରଙ୍କ ସେମେତ ବିମାନରେ ୬୨ଜଣ ଯାତ୍ରୀ ଥିଲେ । ଉଡାଣ ଭରିବାର ଏକ ଘଣ୍ଟା ପରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିଲା । ହଠାତ ଆକାଶରୁ ନିଖୋଜ ହୋଇଯାଇଥିଲା ଏହି ଯାତ୍ରୀବାହୀ ବିମାନ । ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କର ସହ କଥା ହେବାର ୪ ମିନିଟ୍ ପରେ ବିମାନଟି ରାଡାରରୁ ଗାଏବ ହୋଇଯାଇଥିଲା ବୋଲି ପରିବହନ ମନ୍ତ୍ରୀ ବୁଦୀ କରିୟା ସୁମାଡି କହିଛନ୍ତି । ଏୟାରଲାଇନ୍ସର କହିବା ଅନୁସାରେ, ବିମାନଟି ବୋର୍ଣ୍ଣିୟା ଦ୍ୱୀପର ପଶ୍ଚିମ ପ୍ରାନ୍ତର ରାଜଧାନୀ ଜକର୍ତ୍ତାଠୁ ୯୦ ମିନିଟର ଉଡାଣ ଭରିଥିଲା । ଏଥିରେ ୫୦ ଜଣ ଯାତ୍ରୀ ଓ ୧୨ ଜଣ କର୍ମଚାରୀ ଥିଲେ । ଏହି ଯାତ୍ରୀଙ୍କ ମଧ୍ୟରେ ୧୦ଜଣ ଛୋଟ ଛୁଆ ମଧ୍ୟ ସାମିଲ ଥିଲେ । ସମସ୍ତ ବିମାନଯାତ୍ରୀ ଇଣ୍ଡୋନେସିଆର ନାଗରିକ ଥିଲେ । ସୂଚନା ମୁତାବକ, ୪ଟି ଯୁଦ୍ଧ ଜାହାଜ ସହ ୧୨ରୁ ଅଧିକ ଜାହାଜ ଲଙ୍ଗାଙ୍ଗ ଦ୍ୱୀପ, ଲାକୀ ଦ୍ୱୀପର ଉତ୍ତରରେ ଥିବା ଅନ୍ୟ ଦ୍ୱୀପପୁଞ୍ଜରେ ସନ୍ଧାନ ଜାରି ରଖିଛନ୍ତି । ୫୦ଟି ଟିମ୍ ଏହି ଉଦ୍ଧାର କାର୍ଯ୍ୟ ଓ ସର୍ଚ୍ଚ ଅପରେସନରେ ଲାଗିଛନ୍ତି ।

Leave A Reply

Your email address will not be published.