ପାକର ଅସ୍ତ୍ରବିରତି ଉଲଙ୍ଘନକୁ ଭାରତର ଜବରଦସ୍ତ ପ୍ରହାର

0 83

ଟଳିଲେ ୩ ପାକ୍ ସେନା, ୪ ପୋଷ୍ଟ ଧ୍ୱଂସ

ନୂଆଦିଲ୍ଲୀ, ୧୦ ।୧ : ପାକିସ୍ତାନ ତରଫରୁ ହୋଇଥିବା ଅସ୍ତ୍ରବିରତି ଉଲଙ୍ଘନର ଜବାବରେ ଭାରତୀୟ ସେନା ପାକିସ୍ତାନ ସେନାକୁ ମୁହଁତୋଡ ଜବାବ ଦେଇଛନ୍ତି । ଭାରତୀୟ ସେନା ରବିବାର ଦିନ କାଶ୍ମୀର ରଜୋରି ନୌସେରା ସେକ୍ଟରରେ ପାକ ସେନାକୁ ଅସ୍ତ୍ରବିରତି ଉଲଙ୍ଘନର ଜବାବରେ ୩ ପାକ ସେନାକୁ ଗୁଳି କରିଛି । ଅନେକ ପାକ ସେନା ଆହତ ମଧ୍ୟ ହୋଇଛନ୍ତି । ପାକିସ୍ତାନ ସେନାର ୪ଟି ପୋଷ୍ଟ ମଧ୍ୟ ଧ୍ୱଂସ ହୋଇଯାଇଛି । ସୂଚନା ଅନୁଯାୟୀ, ପାକିସ୍ତାନ ସେନା ତରଫରୁ ଏଲଓସିରେ ଅସ୍ତ୍ରବିରତି ଉଲଙ୍ଘନ କରି ଲଗାତାର ନୌସେରା ସେକ୍ଟରକୁ ଟାର୍ଗେଟ କରାଯାଉଛି । ପାକିସ୍ତାନ ତରଫରୁ କରାଯାଉଥିବା ହମଲାର ଜବାବରେ ରବିବାର ଦିନ ଭାରତୀୟ ସେନା ବଡ ଧରଣର ପଦକ୍ଷେପ ନେଇ ୩ ପାକ ସେନାକୁ ଗୁଳି କରିଛି । ରବିବାର ଦିନ ପାକିସ୍ତାନ ତରଫରୁ ଏକ ବଡ ଧରଣର ଅନୁପ୍ରବେଶ ଷଡଯନ୍ତ୍ର ରଚାଯାଉଥିଲା । ଭାରତୀୟ ସେନା ଦେଖିବାକୁ ପାଇଥିଲେ ଯେ ରଜୋରି ନୌସେରା ସେକ୍ଟରରେ ଏଲଓସିରେ କଲସିୟା ଅଞ୍ଚଳରେ ସୀମା ପାର କରି ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ପାକିସ୍ତାନ ସେନା କଭର ଫାୟାର ଦେଇଥିଲା । ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଷଡଯନ୍ତ୍ର କରିଥିଲେ । କିନ୍ତୁ ଭାରତୀୟ ସେନା ସେମାନଙ୍କ ଏହି ଷଡଯନ୍ତ୍ରକୁ ବିଫଳ କରି ପାକ ସେନାକୁ କଡା ଜବାବ ଦେଇଛନ୍ତି । ବର୍ତ୍ତମାନ ସେହି ଅଞ୍ଚଳରେ ଫାଇରିଂ ବନ୍ଦ ଅଛି । ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଅସ୍ତ୍ରବିରତି ଉଲଙ୍ଘନର ଗତ ୧୭ ବର୍ଷର ରେକର୍ଡ ଭାଙ୍ଗିଛି । ପାକିସ୍ତାନ ଏଲଓସିରେ ୪ ହଜାର ୭୦୦ ଥର ଅସ୍ତ୍ରବିରତି ଉଲଙ୍ଘନ କରିଛି । ଏଥିପାଇଁ ପାକିସ୍ତାନ ଛୋଟ ଅସ୍ତ୍ର ସହ ବଡ ତୋପ ମଧ୍ୟ ବ୍ୟବହାର କରିଛି ଏବଂ ଏଲଓସି ନିକଟରେ ରହୁଥିବା ଗ୍ରାମବାସୀଙ୍କୁ ଟାର୍ଗେଟ କରିଥାଏ ।

Leave A Reply

Your email address will not be published.