କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରି ନିସ୍ତୁକ ଛେଚା଼ ଖାଇଲେ ପୂର୍ବତନ ବିଧାୟକ

0 73

ବାରଣାସୀ, ୧୦ ।୧ : ଉତ୍ତର ପ୍ରଦେଶର ବାରଣାସୀରେ ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ପୂର୍ବତନ ବିଜେପି ବିଧାୟକଙ୍କୁ ମହଙ୍ଗା ପଡିଛି । ସ୍ଥାନୀୟ ଲୋକେ ବାରଣାସୀର ଇଣ୍ଟର କଲେଜର ଚେୟାରମ୍ୟାନ୍ ତଥା ପୂର୍ବତନ ବିଜେପି ବିଧାୟକ ମାୟା ଶଙ୍କର ପାଠକଙ୍କୁ ନିସ୍ତୁକ ପିଟିବା ସହ କାନ ଧରି ବିଚ୍ ରାସ୍ତା ଉପରେ ଭୁଲ ମଗାଇଛନ୍ତି । ପୂର୍ବତନ ବିଧାୟକ ମାୟା ଶଙ୍କର ପାଠକ ତାଙ୍କୁ ଅସଦାଚରଣ କରିଥିବା ପୀଡିତା ଛାତ୍ରୀଜଣକ ପ୍ରଥମେ ନିଜ ପରିବାର ଲୋକଙ୍କୁ କହିଥିଲେ । ଏହାପରେ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ କଲେଜ ଭିତରେ ହିଁ ପାଠକଙ୍କୁ ନିସ୍ତୁକ ପିଟିଥିଲେ ଏବଂ ଏହାର ଭିଡିଓ ମଧ୍ୟ ତିଆରି କରିଥିଲେ । ତେବେ ବାରଣାସୀ ପୋଲିସ ଘଟଣାର ତଦନ୍ତ ଭାର ହାତକୁ ନେଇଛି । ସୂଚନା ଅନୁସାରେ ପୂର୍ବତନ ବିଧାୟକ ମାୟା ଶଙ୍କର ପାଠକ ବାରଣାସୀର ଭଗତୁଆରେ ଗୋଟିଏ କଲେଜ ଚଳାନ୍ତି । ତେବେ ପୀଡିତା କଲେଜ ଛାତ୍ରୀଙ୍କୁ ନିଜ ଅଫିସକୁ ଡାକି ଅଶ୍ଳୀଳ ବ୍ୟବହାର କରିଥିଲେ ଏହି ପୂର୍ବତନ ବିଧାୟକ । ଏହା ପରେ ଛାତ୍ରୀଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଉତ୍ତ୍ୟକ୍ତ ପରିବାର ଲୋକେ କଲେଜ ମଧ୍ୟରେ ପଶି ଅଫିସ ଭିତରେ ମାୟାଧର ପାଠକଙ୍କୁ ପିଟିଥିଲେ ଏବଂ ପରେ ବାହାରକୁ ଆଣି ଚେୟାରରେ ବସାଇ ମାଡ ମାରିଥିଲେ । ଏହି ଘଟଣା ପାଇଁ ପୂର୍ବତନ ବିଜେପି ବିଧାୟକ ବାରମ୍ବାର ଭୁଲ ମାଗିଥିଲେ ମଧ୍ୟ ଯୁବତୀଙ୍କ ପରିବାର ଲୋକେ କିଛି ଶୁଣିନଥିଲେ । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ତେବେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଥାନାଧିକାରୀ ଅଭିଷେକ କୁମାର ପାଣ୍ଡେ କହିଛନ୍ତି, ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ । ମାୟା ଶଙ୍କର ପାଠକ ୧୯୯୧ରେ ବାରାଣାସୀର ଚିରାଇଗାଁଓ ବିଧାନସଭା କ୍ଷେତ୍ରରୁ ବିଜେପି ବିଧାୟକ ଥିଲେ ।

Leave A Reply

Your email address will not be published.