ଫଡ଼ନଭିସଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେଲେ ଉଦ୍ଧବ ସରକାର

0 68

ବୁଲେଟ୍ ପ୍ରୁଫ୍ ଗାଡି ମଧ୍ୟ ଛଡାଇ ନେଲେ

ମୁମ୍ବାଇ, ୧୦ ।୧: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ରବିବାର ବଡ ପଦକ୍ଷେପ ଉଠାଇଛି । ମହାରାଷ୍ଟ୍ର ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନଭିସଙ୍କ ସୁରକ୍ଷା ହ୍ରାସ କରିଛନ୍ତି । ଏହାବ୍ୟତୀତ ଫଡନଭିସଙ୍କ ସୁରକ୍ଷାରେ ମୁତୟନ ବୁଲେଟ୍ ପ୍ରୁଫ ଗାଡିକୁ ମଧ୍ୟ ପ୍ରତ୍ୟାହାର କରିନିଆ ଯାଇଛି । ଅପରପକ୍ଷେ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର ସରକାରଙ୍କ ଏହି ପଦକ୍ଷେପକୁ କଡା ସମାଲୋଚନା କରିଛନ୍ତି । ଏଥିସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନଭିସ, ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ)ର ମୁଖ୍ୟ ରାଜ ଠାକରେ ଓ ଅନ୍ୟ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଛି । ଏହାବ୍ୟତୀତ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁନଙ୍ଗଟିୱାର ସହିତ କିଛି ବିଜେପି ନେତାଙ୍କ ସୁରକ୍ଷା କଭରକୁ ହଟାଇ ଦିଆଯାଇଛି । ଉଦ୍ଧବ ସରକାର ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ନେତା ପ୍ରବୀଣ ଦରେକର ଓ ବିଜେପି ବିଧାୟକ ପ୍ରସାଦ ଲାଡଙ୍କ ସୁରକ୍ଷାକୁ ମଧ୍ୟ କମ କରାଯାଇଛି । ଅନ୍ୟପଟେ ରାଜ ଠାକରେଙ୍କ ଜେଡ୍ ଶ୍ରେଣୀର ସୁରକ୍ଷାକୁ ୱାଇ ପ୍ଲସ୍ ଶ୍ରେଣୀରେ ବଦଳାଯାଇଛି । ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବିଜେପି ହମଲା କରିଛି । ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛନ୍ତି ।

Leave A Reply

Your email address will not be published.