ପାକିସ୍ତାନକୁ ଭାରତୀୟ ସେନାର ତଥ୍ୟ ଦେବା ଅଭିଯୋଗରେ ଯୁବକ ଗିରଫ

0 75

ଜୟପୁର, ୧୧ ।୧ : ରାଜସ୍ଥାନର ଏକ ସ୍ପେଶାଲ ବ୍ରାଞ୍ଚ୍ ଜଣେ ୪୨ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି । ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ଉକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିବା ସୂଚନା ଦେଇଛି ରାଜସ୍ଥାନ ଅପରାଧ ତଦନ୍ତକାରୀ ସଂସ୍ଥା । ଗିରଫ ଅଭିଯୁକ୍ତ ଜୈସଲମେରର ସତ୍ୟନାରାୟଣ ପାଲିୱାଲ ଏବଂ ସେ ବିଭିନ୍ନ ସମୟରେ ଭାରତୀୟ ସେନା ବିଷୟରେ ଗୁପ୍ତ ତଥ୍ୟ ପାକିସ୍ତାନକୁ ପ୍ରଦାନ କରୁଥିଲା । ରାଜସ୍ଥାନ ପୋଲିସ ଏକ ପ୍ରେସ୍ ରିଲିଜ ଜାରି କରି କହିଛି ଯେ, ଅଭିଯୁକ୍ତଜଣକ ଭାରତୀୟ ସେନାର ଗତିବିଧି ଏବଂ ବିଭିନ ସମୟରେ ହେଉଥିବା ବୈଠକ ଆଦିର ଗୁପ୍ତ ତଥ୍ୟ ପାକିସ୍ତାନକୁ ପ୍ରଦାନ କରୁଥିଲା । ପରେ ସେ ରାଜସ୍ଥାନ ଅପରାଧ ତଦନ୍ତକାରୀ ସଂସ୍ଥା (ସ୍ୱତନ୍ତ୍ର ଶାଖା) ଦ୍ୱାରା ଗିରଫ ହୋଇଛି । ଏହାସହ ପୋଲିସ କହିଛି ଉକ୍ତ ବ୍ୟକ୍ତି ରୀତିମତ ଭାବେ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଏଜେନ୍ସିର ଜଣେ ଏଜେଣ୍ଟ ସହ ସମ୍ପର୍କରେ ରହୁଥିଲା ଏବଂ ସେନାର ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲା ।

Leave A Reply

Your email address will not be published.