ଇତିହାସ ରଚିଲେ ଏୟାର ଇଣ୍ଡିଆର ୪ ମହିଳା ପାଇଲଟ

0 62

ବେଙ୍ଗାଲୁରୁ, ୧୧ ।୧ : ଇତିହାସ ରଚିଲେ ଭାରତୀୟ ମହିଳା ପାଇଲଟ । ବିଶ୍ୱର ସବୁଠାରୁ ଲମ୍ବା ଉଡାଣ ପୂରଣ କରିଛନ୍ତି ଏୟାର ଇଣ୍ଡିଆର ୪ ମହିଳା ପାଇଲଟ । ୧୬ ହଜାର କିଲୋମିଟରର ଦୀର୍ଘତମ ଉଡ଼ାଣ କରି ବେଙ୍ଗଳୁରୁର କାମ୍ପେଗୌଡ଼ା ବିମାନବନ୍ଦରରେ ଅବତରଣ କରିଛନ୍ତି । ଆମେରିକାର ସାନଫ୍ରାନ୍ସିସ୍ସ୍କୋରୁ ଉତ୍ତର ମେରୁ ଉପରେ ବିମାନ ଉଡ଼ାଇ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ଏହି ଦୀର୍ଘତମ ଯାତ୍ରାକୁ ପୂରଣ କରି ପୁରା ବିଶ୍ୱକୁ ନିଜ ଦମ୍ ଦେଖାଇଛନ୍ତି ଏହି ୪ ମହିଳା ପାଇଲଟ୍ । ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏହାସହ ଏହି ୪ ମହିଳା ପାଇଲଟ୍ ଏୟାର ଇଣ୍ଡିଆ ପକ୍ଷରୁ ସାନ ସାନଫ୍ରାନ୍ସିସ୍ସ୍କୋରୁ ବେଙ୍ଗାଲୁରୁ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛନ୍ତି । ଖାଲି ଉତ୍ତର ମେରୁ ଉପରେ ବିମାନ ଉଡ଼ାଯାଇନି, ବରଂ ମହିଳା ପାଇଲଟ୍ ସଫଳତାର ସହ ଦୀର୍ଘତମ ଯାତ୍ରା କରିପାରିଛନ୍ତି ବୋଲି କ୍ୟାପଟେନ୍ ଜୋୟା ଅଗ୍ରୱାଲ କହିଛନ୍ତି । ଏହା ସମସ୍ତଙ୍କ ପାଇଁ ଉତ୍ସାହଜନକ ଅନୁଭୂତି ବୋଲି ଅନ୍ୟତମ ପାଇଲଟ ଶିବାନୀ ମନହସ କହିଛନ୍ତି । ସୂଚନାଯୋଗ୍ୟ ଯେ, କ୍ୟାନେ୍ ଜୋୟା ଅଗ୍ରୱାଲ ଏହି ଉଡାଣର ନେତତ୍ୱ ନେଇଥିଲେ । ଏହି ଦୀର୍ଘତମ ଯାତ୍ରା ପୂରଣ କରିବା ପାଇଁ ଏମାନଙ୍କୁ ୧୭ ଘଣ୍ଟା ସମୟ ଲାଗିଥିଲା । ଏହି ଯାତ୍ରାକୁ ପୂରଣ କରି ପାଇଲଟମାନେ ୧୦ଟନ୍ ବିମାନ ଇନ୍ଧନ ମଧ୍ୟ ବଞ୍ଚାଇଛନ୍ତି । ଏହି ଐତିହାସିକ ଯାତ୍ରା ପାଇଁ ଏୟାରଇଣ୍ଡିଆ ଟୁଇଟି କରି ସମସ୍ତ ମହିଳା ପାଇଲଟଙ୍କୁ ଶୁଭେଚ୍ଛା ଜଣାଇଛି । ସମସ୍ତ ମହିଳା ପାଇଲଟଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁଥିବା ଏୟାର ଇଣ୍ଡିଆ କହିଛି । ଯେଉଁମାନେ ଏହି ଐତିହାସିକ ଯାତ୍ରାର ଭାଗିଦାରୀ ଥିଲେ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛି । ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଟୁଇଟ କରି ଏୟାର ଇଣ୍ଡିଆର ଇତିହାସ ରଚିଥିବା ଏହି ୪ ମହିଳା ପଇଲଟଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ସେ କହିଛନ୍ତି, ସାନ୍ଫ୍ରାନ୍ସିସ୍କୋରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଏହି ଐତିହାସିକ ଯାତ୍ରା କରି ମହିଳା ପାଇଟଲମାନେ ବନ୍ଦେ ଭାରତ ମିଶନକୁ ଆହୁରି ବିଶେଷ କରିଦେଇଛନ୍ତି । ଏହି ମିଶନ ବର୍ତ୍ତମାନ ଯାଏ ୪୫.୫ ଲକ୍ଷରୁ ଅଧିକ ଲୋକଙ୍କ ସୁବିଧା ଯୋଗାଇଛି ।

Leave A Reply

Your email address will not be published.