୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ

0 68

ନୂଆଦିଲ୍ଲୀ, ୧୧ ।୦୧: ଅକ୍ସଫୋର୍ଡ୍ସ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କୋଭିଡ୍ ଭ୍ୟାକ୍ସିନ କୋଭିସିଲ୍ଡର ଏକ ଶିଶିର ମୂଲ୍ୟ ଭାରତରେ ୨୧୦ ଟଙ୍କା ହେବ । ଭ୍ୟାକସିନ ନିର୍ମାତାକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ ପ୍ରାଥମିକତା ତାଲିକାରେ ଥିବା ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ଭାରତ ସରକାର ମହାରାଷ୍ଟ୍ର ପୁଣେ ସ୍ଥିତ ଟିକା ନିର୍ମାତାକାରୀ କମ୍ପାନୀ ଏସଆଇଆଇକୁ କୋଭିସିଲ୍ଡର ଅର୍ଡର ମଧ୍ୟ ଦିଆଯାଇଛି । ସମଗ୍ର ଦେଶରେ ଜାନୁଆରୀ ୧୬ରୁ କୋଭିଡ୍-୧୯ର ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସିରମ ଉତ୍ପାଦନ ଦୃଷ୍ଟିରୁ ଦୁନିଆର ସବୁଠୁ ବଡ ଭ୍ୟାକସିନ ନିର୍ମାତା କମ୍ପାନୀ । ସୂଚନାଯୋଗ୍ୟ କରୋନା ଭ୍ୟାକସିନ ଉପରେ ସରକାରଙ୍କ ବିଶେଷଜ୍ଞ କମିଟି ଆଷ୍ଟ୍ରାଜେନେକାର କୋଭିସିଲ୍ଡ ବ୍ୟତୀତ ଭାରତୀୟ ଭ୍ୟାକସିନ କୋଭ୍ୟାକ୍ସିନକୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି । କୋଭ୍ୟାକ୍ସିନ ଦେଶର ଔଷଧ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ସାହାଯ୍ୟରେ ବିକଶିତ କରିଛି ।

Leave A Reply

Your email address will not be published.