ଲଗାମଛଡା ବଡ ବଡ ଷ୍ଟିଲ ଓ ସିମେଣ୍ଟ କମ୍ପାନୀ

0 69

ବେଆଇନ ମୂଲ୍ୟ ବୃଦ୍ଧି ଉପରେ ଲାଗିବ ରୋକ: ଗଡ଼କରୀ

ନୂଆଦିଲ୍ଲୀ, ୧୧ ।୧ : ଦେଶରେ ବଡ ବଡ ଷ୍ଟିଲ୍ ଏବଂ ସିମେଣ୍ଟ କାରଖାନାମାନଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିବେ କେନ୍ଦ୍ର ସରକାର । କମ୍ପାନୀମାନେ ମନଇଚ୍ଛା ଉତ୍ପାଦକ ଦ୍ରବ୍ୟଗୁଡିକର ମୂଲ୍ୟ ବୃଦ୍ଧିକରୁଥିବାରୁ ସରକାର ଆଗାମୀ ଦିନରେ ନୂଆ ନିୟମ ପ୍ରଚଳନ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସେ କହିଛନ୍ତି ଦେଶରେ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏହା ଜରୁରୀ ବୋଲି ଗଡକରୀ କହିଛନ୍ତି । ଦକ୍ଷିଣାଞ୍ଚଳ ବିଲଡର ଆସୋସିଏସନ୍ ପ୍ରସ୍ତାବ ଦେଇଛି ଯେ, ଷ୍ଟିଲ ଏବଂ ସିମେଣ୍ଟ କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ନିୟାମକ ପ୍ରଚଳନ କରିବା ଉଚିତ । ଏହି ପ୍ରସ୍ତାବ ଉପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଏହା ଏକ ଭଲ ପ୍ରସ୍ତାବ । ଏ ନେଇ ସମାଧାନର ରାସ୍ତା ବାହାର କରିବା ପାଇଁ ଚିନ୍ତା କରାଯାଉଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରାଯିବ ବୋଲି ଗଡକରୀ କହିଛନ୍ତି । ଏହା ପୂର୍ବରୁ ମଧ୍ୟ, କମ୍ପାନୀଗୁଡିକ ବେଆଇନ ଭାବେ ଉତ୍ପାଦକ ମୂଲ୍ୟ ବୃଦ୍ଧି କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନୀତିନ ଗଡକରୀ । ଏହା ସହ ସେ କହିଛନ୍ତି, ଦେଶରେ ବଡ ବଡ ଷ୍ଟିଲ ଏବଂ ସିମେଣ୍ଟ କମ୍ପାନୀଗୁଡିକ ଏପରି ଭାବେ ମୂଲ୍ୟ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀଙ୍କ ୫ ଟ୍ରିଲିୟନ ଡଲାର ଅର୍ଥନୀତି ପୂରଣ କରିବା କଷ୍ଟକର ହୋଇପଡିବ । ତେବେ ଆଗାମୀ ୫ ବର୍ଷ ମଧ୍ୟରେ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୧୧୧ ଲକ୍ଷ କୋଟି ନିବେଶ କରାଯିବ ବୋଲି ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

Leave A Reply

Your email address will not be published.