ହୁ ହୁ ହୋଇ ଜଳିଗଲା ଚଳନ୍ତା ବସ୍

0 69

ବାଲିଗୁଡ଼ା : ଆଜି ସକାଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକରେ ହୁ ହୁ ହୋଇ ଜଳିଯାଇଛି ଯାତ୍ରୀବାହୀ ବସ୍ । ଏମ୍‌.ରାମପୁରରୁ ଭଞ୍ଜନଗର ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସ ଯାଉଥିବାବେଳେ ନିଆଁ ଲାଗି ଯାଇଥିଲା । ପ୍ରାୟ ୨୫ରୁ ୩୦ଜଣ ଯାତ୍ରୀ ଥିବା ଏହି ବସ୍‌ଟି କଞ୍ଜାମେଣ୍ଡି ଛକ ଦେଇ ଯାଉଥିବା ବେଳେ ବସ୍‌ରୁ  ହଠାତ ଧୂଆଁ ବାହାରିବା ଦେଖି ଡ୍ରାଇଭର୍‌ ବସ୍‌ ଅଟକାଇ ଚିତ୍କାର କରିଥିଲେ । ତୁରନ୍ତ ସତର୍କ କରାଇବା ସହ ଯାତ୍ରୀଙ୍କୁ ବସରୁ ଓହ୍ଲାଇ  ଦେଇଥିଲେ। ସୌଭାଗ୍ୟବଶତଃ ବସରେ ବସିଥିବା ଯାତ୍ରୀଙ୍କର  ସମସ୍ତଙ୍କ ଜୀବନ ବଞ୍ଚିଯାଇଛି । ସୂଚନା ଅନୁସାରେ ଏମ. ରାମପୁରରୁ  ଭଞ୍ଜନଗର ଯାଉଥିବା ବସଟି ୫୯ ନମ୍ବର ଜାତୀୟ ରାଜପଥ କଂଜାମେଣ୍ଡି ଘାଟି ପାଖରେ ହଠାତ୍ ହୁ ହୁ ହୋଇ ଜଳିଉଠିଥିଲା। ହଠାତ ନିଆଁ ଲାଗିବା ପରେ ବସ୍‌ରେ ଥିବା ଯାତ୍ରୀ ଡରିଯାଇଥିଲେ । ବୁଦ୍ଧି ଖଟାଇ ବଡ଼ ଧରଣର ଅଘଟଣ ପୂର୍ବରୁ  ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଲା କାରଣ ଜଣାପଡିନାହିଁ ।

Leave A Reply

Your email address will not be published.