ଚାଲାଣ ବେଳେ ପ୍ରାୟ ୧୬ କୁଇଣ୍ଟାଲ ଗଂଜେଇ ଜବତ

0 53

ରାୟଗଡା : ରାୟଗଡା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ଧରଣର ସଫଳତା । ରାୟଗଡା ଜିଲ୍ଲାରୁ ଉତ୍ତରପ୍ରଦେଶ ରାଜ୍ୟକୁ ଗଂଞ୍ଜେଇ ଚୋରା ଚାଲାଣ ବେଳେ ପ୍ରାୟ ୧୬ କୁଇଣ୍ଟାଲ ୨୨ କିଲୋ ଗଂଜେଇକୁ ଅବକାରୀ ବିଭାଗ ଜବତ କରିଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କାଲି ମଧ୍ୟ ରାତ୍ରରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କୁଆଡ଼ ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଘାଟି ନିକଟରେ ଚଢ଼ାଉ କରି ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଯାଞ୍ଚ କରିଥିଲା ।  ଯାଞ୍ଚ ସମୟରେ ଟ୍ରକ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିଲେ ।  ଟ୍ରକଟି କୁ ରାୟଗଡା ଅବକାରୀ ବିଭାଗର କାର୍ଯ୍ୟାଳୟକୁ ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମପା ହୋଇଥିଲା । ତେବେ ଅବକାରୀ ବିଭାଗର କେଶ ନମ୍ବର – ୭୩/ ୨୧ରେ ଡ୍ରାଇଭର ବିରେନ୍ଦ୍ର ସିଂ ଓ ହେଲପର ଅଜିତ ସିଂ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଅଧିକ ଖୋଲତାଡ଼ କରୁଛି ଅବକାରୀ ବିଭାଗ। ଆଶ୍ଚର୍ଯ୍ୟ ର ବିଷୟ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା ମାନଙ୍କ ରେ ହଜାର ହଜାର ହେକ୍ଟର ଗଞ୍ଜେଇ ଚାଷ ନଷ୍ଟ କରୁଥିଲି ମଧ୍ୟ ଏତେ ପରିମାଣରେ ଗଞ୍ଜେଇ ଆସୁଛି କୁଆଡୁ। 

Leave A Reply

Your email address will not be published.