ଗାଁ ପୋଖରୀରୁ ମିଳିଲା ଭିନ୍ନକ୍ଷମ ଶିଶୁର ମୃତଦେହ ଉଦ୍ଧାର

0 68

ନୟାଗଡ ୩।୧: ନୟାଗଡରେ ପୁଣି ଚାଞ୍ଚଲ୍ୟ । ପୁଣି ଏକ ନିଖୋଜ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି । ପରୀ ମୃତ୍ୟୁ ମାମଲା ଥମି ନଥିବା ବେଳେ ପୁଣି ଶିଶୁ ନିଖୋଜ ହେବା ପରେ ତାର ମୃତଦେହ ମିଳିବା ସାରା ଜିଲ୍ଲାରେ ଏବେ ଭୟର ବାତାବରଣ ଖେଳାଇ ଦେଇଛି । ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ଗାଁର ଲକ୍ଷ୍ମଣ ଲେଙ୍କାଙ୍କ ପୁଅ ୬ ବର୍ଷର ଭିନ୍ନକ୍ଷମ ଶିଶୁ ନିଖୋଜ ହୋଇଥାଯାଇଥିଲା । ମଙ୍ଗଳବାର ଅପରାହ୍ନରୁ ଶିଶୁଟି ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି ରଖିଥିଲା । ତେବେ ବୁଧବାର ଗାଁ ମହାଦେବ ମନ୍ଦିର ପୋଖରୀରୁ ଶିଶୁର ମୃତଦେହ ମିଳିଛି । ମୃତଦେହ ମିଳିବା ପରେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି ଚହୋଇଛି । ପରିବାର ଲୋକ ଶିଶୁଟିକୁ ହରାଇ ଶୋକରେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.