ସେକ୍ସ କ୍ରାଇମ୍ ମାମଲା,୧୦୭୫ ବର୍ଷର ସଜା

0 71

ତୁର୍କୀ, ୧୨ ।୧: ତୁର୍କୀରେ ଜଣେ ମୁସଲମାନ ଧାର୍ମିକ ନେତା ଅଦନାନ ଓକତାରଙ୍କୁ ସେକ୍ସ କ୍ରାଇମ ପାଇଁ ସୋମବାର ଦିନ ହଜାରେ ୭୫ ବର୍ଷର ଦଣ୍ଡ ଶୁଣାଯାଇଛି । ଇସ୍ତାନବୁଲର ଏକ ଅଦାଲତ ଅଦନାନଙ୍କୁ ଏହି ସଜା ଶୁଣାଇଛନ୍ତି । ୧୦ଟି ଭିନ ଭିନ ଅପରାଧୀ ପାଇଁ ତାଙ୍କୁ ଏହି ସଜା ଶୁଣାଯାଇଛି । ଏ ସମ୍ପର୍କରେ ସେଠାକାର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ୨୦୧୮ ମସିହାରେ ସାରା ଦେଶରେ ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ଅଦନାନଙ୍କ ଅନେକ ସହକର୍ମୀ ଗିରଫ ହୋଇଥିଲେ । ସେମାନେ ଲୋକକୁ କଟ୍ଟରପନ୍ଥୀ ଉପଦେଶ ଦେଉଥିଲା ଏବଂ ମହିଳାମାନଙ୍କୁ ବିଲେଇ ବୋଲି ଡାକୁଥିଲେ । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଦନାନ ଟିଭି ଶୋ’ରେ ଏହି ମହିଳାମାନଙ୍କ ସହ ଡ୍ୟାନ୍ସ ମଧ୍ୟ କରୁଥିଲେ । ଏହି ମହିଳାମାନେ ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ । ଅଦନାନ ବିରୋଧରେ ସେକ୍ସ କ୍ରାଇମ୍, ନାବାଳିକା ଯୌନ ଶୋଷଣ, ଠକେଇ ଓ ରାଜନୈତିକ ତଥା ସେନା ଜାସୁସି କରୁଥିବାର ଅଭିଯୋଗ ଥିଲା । ପାଖାପାଖି ୨୩୬ ଜଣଙ୍କ ବିରୋଧରେ ମାମଲା ହୋଇଥିଲା ଏବଂ ୭୮ ଜଣ ଗିରଫ ହୋଇଥିଲେ । ଏହି ମୁସଲମାନ ଧାର୍ମିକ ନେତା ଗତ ବର୍ଷ ଡିସେମ୍ବରରେ ଶୁଣାଣି ସମୟରେ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କର ପାଖାପାଖି ହଜାରେ ଗାର୍ଲଫ୍ରେଣ୍ଡ ଅଛନ୍ତି । ମହିଳାଙ୍କ ପ୍ରତି ତାଙ୍କ ହୃଦୟରେ ବହୁତ ପ୍ରେମ ଭାରି ରହିଛି ବୋଲି ସେ କହିଥିଲେ । ସେ କହିଥିଲେ ପ୍ରେମ ମଣିଷର ଏକ ଖାସ ଗୁଣ ଏବଂ ଜଣେ ମୁସଲମାନ ପାଇଁ ଗର୍ବ । ଆଉ ଏକ ପ୍ରଶ୍ନର ଜବାବରେ ସେ କହିଥିଲେ ବାପା ହେବା ପାଇଁ ତାଙ୍କର ଅସାଧାରଣ କ୍ଷମତା ଅଛି । ଶୁଣାଣି ବେଳେ ଜଣେ ମହିଳା କହିଥିଲେ ଯେ ଅଦନାନ ତାଙ୍କୁ ଏବଂ ଅନ୍ୟ ମହିଳାଙ୍କୁ ଯୌନ ଶୋଷଣ କରିଛନ୍ତି । ମହିଳାମାନଙ୍କ ସହ ଦୁଷ୍କର୍ମ କରାଯାଇଥିଲା ଏବଂ ସେମାନଙ୍କୁ ଗର୍ଭନିରୋଧକ ବଟିକା ଖାଇବାକୁ ବାଧ୍ୟ କରାଯାଇଥିଲା । ଅଦନାନ ଘରୁ ୬୯ ହଜାର ଗର୍ଭନିରୋଧକ ବଟିକା ଜବତ ହୋଇଥିଲା ।

Leave A Reply

Your email address will not be published.