‘ଡୁମାଣୀ ଖବର’ କାର୍ଯ୍ୟାଳୟରେ ନାଲକୋର ବରିଷ୍ଠ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

0 81

ଭୁବନେଶ୍ୱର: ନାଲ୍କୋର ନିର୍ଦ୍ଦେଶକ(କାର୍ମିକ) ରାଧାଶ୍ୟାମ ମହାପାତ୍ର ଆଜି ‘ଡୁମାଣୀ ଖବର’ କାର୍ଯ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ ଏଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଶିଷ୍ଟ ସମାଜସେବୀ ତଥା ‘ଡୁମାଣୀ ଖବର’ର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ଶ୍ରୀ ମହାପାତ୍ରଙ୍କୁ କାର୍ଯ୍ୟାଳୟ ଭିତରକୁ ପାଛୋଟି ନେବା ସହ ସମ୍ବାଦପତ୍ରର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଏପରିକି ସମ୍ପାଦକ ଶ୍ରୀ ପଟ୍ଟନାୟକ ତାଙ୍କୁ ଡୁମାଣୀ ଫାଉଣ୍ଡେସନ୍ ପକ୍ଷରୁ ପ୍ରସ୍ତୁତ ଏକ ପୁସ୍ତିକା ମଧ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନା ବେଳେ ସେଠାରେ ସମ୍ବାଦପତ୍ରର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.