ସୀମାରୁ ମିଳିଲା ପାକିସ୍ତାନର ଟେରର ସୁଡ଼ଙ୍ଗ

0 76

ଶ୍ରୀନଗର, ୧୩ ।୧: ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ଷଡ଼ଯନ୍ତ୍ରର ଆଉ ଗୋଟିଏ ଅଧ୍ୟାୟ ପୁଣିଥରେ ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କୀଙ୍କୁ ଭାରତ ପଠାଇବାକୁ ପାକିସ୍ତାନ କରିଥିବା ଗୋଟିଏ ବିରାଟ ସୁଡ଼ଙ୍ଗକୁ ଆଜି ବିଏସଏଫ୍ ଯବାନମାନେ ଠାବ କରିଛନ୍ତି । ଏହି ସୁଡ଼ଙ୍ଗର ଗୋଟିଏ ମୁହଁ ଭାରତରେ ଥିବା ବେଳେ ଆଉ ଗୋଟିଏ ପାକିସ୍ତାନରେ ଥିବା ଜଣାପଡ଼ିଛି । ଆଜି ବିଏସଏଫ ଯବାନମାନେ ଜମ୍ମୁ ଡିଭିଜନର ସାମ୍ବା ସେକ୍ଟର ସ୍ଥିତ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏହି ସୁଡ଼ଙ୍ଗକୁ ଠାବ କରିଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ସୁଡ଼ଙ୍ଗ ଠାବ ହୋଇଥିବା ସ୍ଥାନରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଅଞ୍ଚଳରେ ଆଉ କିଛି ସୁଡ଼ଙ୍ଗ ଥିବା ଆଶଙ୍କାରେ ସର୍ଚ୍ଚ ଅପରେସନକୁ ଜୋରଦାର ମଧ୍ୟ କରାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ କଠୁଆ ଜିଲ୍ଲା ଅନ୍ତର୍ଗତ ସାମ୍ବା ସେକ୍ଟରର ବୋବିୟାନ ଗାଁ ନିକଟରେ ସୁରକ୍ଷାକର୍ମୀମାନେ ଏହି ସୁଡ଼ଙ୍ଗକୁ ଠାବ କରିଛନ୍ତି । ପୁଲିସ୍ ଓ ବିଏସଏଫ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ କରୁଛନ୍ତି ।

Leave A Reply

Your email address will not be published.