ଡ୍ରଗ୍ସ ରାକେଟ: ସ୍କାନରରେ ମନ୍ତ୍ରୀଙ୍କ ଜ୍ୱାଇଁ

0 68

ମୁମ୍ୱାଇ, ୧୩ ।୧: ଡ୍ରଗ୍ସ ରାକେଟର ଚେର ଖୋଜୁଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ମହାରାଷ୍ଟ୍ରରେ ଚାଲିଥିବା ଡ୍ରଗ୍ସ ରାକେଟ ମାମଲାରେ ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଥିବା ନୱାବ ମଲିକଙ୍କ ଜ୍ୱାଇଁ ଥିବା ଏନସିବି ସନ୍ଦେହ କରିଛି । ଏହାପରେ ଏନସିବି ଜେରା କରିବା ପାଇଁ ନୱାବଙ୍କ ଜ୍ୱାଇଁ ସମୀର ଖାନଙ୍କୁ ସମନ୍ କରିଛି । ଗତ ସପ୍ତାହରେ ଏହି ମାମଲାରେ ବ୍ରିଟିଶ ନାଗରିକ ସଜନାନୀ ଗିରଫ୍ ହୋଇଥିଲା । ଗିରଫ ବେଳେ ସଜନାନୀ ପାଖରୁ ୨୦୦ କେଜି ଡ୍ରଗ୍ସ ମିଳିଥିଲା ସଜନାନୀର ଗୁଗୁଲ ପେ ଆକାଉଣ୍ଟରୁ ସମୀର ଆକାଉଣ୍ଟକୁ ୨୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଛି । ଏହି ଟଙ୍କା ଡ୍ରଗ୍ସ କାରବାର ପାଇଁ ହୋଇଥିବା ଏନସିବି ସନ୍ଦେହ କରିଛି । ତେଣୁ ଜେରା ପାଇଁ ସମୀରଙ୍କୁ ଡାକିଛି ଏନସିବି । ଏହି ବିଦେଶୀ ନାଗରିକ ଡ୍ରଗ୍ସ ମାମଲାରେ ଗିରଫ୍ ହେବା ପରେ ମୁମ୍ୱାଇର ପ୍ରସିଦ୍ଧ ମୁଛଡ ପାନ ଦୋକାନୀର ଲିଙ୍କ୍ ସାମ୍ନା କରିଥିଲା । ମଙ୍ଗଳବାର ପାନ ଦୋକାନୀର ପୁଅ ରାମକୁମାର ତିୱାରୀକୁ ଗିରଫ୍ କରିଛି । ଏବେ ସେ ବିଚାର ବିଭାଗୀୟ ହେପାଜତରେ ରହିଛି । ମୁମ୍ୱାଇରେ ମୁଛଡ ପାନ ଦୋକାନ ବହୁତ ଲୋକପ୍ରିୟ । ସମସ୍ତେ ପାନ ଖାଇବା ପାଇଁ ଏହି ଦୋକାନକୁ ପସନ୍ଦ କରନ୍ତି । କେମ୍ପସ କର୍ଣ୍ଣରରେ ଥିବା ଏହି ପାନ ଦୋକାନକୁ ରାମ କୁମାର ତିୱାରୀ ଏବଂ ଜୟଶଙ୍କର ତିୱାରୀ ଚଳାନ୍ତି । ତାଙ୍କ ବାପାଙ୍କ ନାମରେ ଏହି ପାନ ଦୋକାନ ହୋଇଛି । ଉଭୟଙ୍କୁ ସୋମବାର ଏନସିବି ଜେରା କରିଥିଲା । ହେଲେ ଡ୍ରଗ୍ସ ଲିଙ୍କରେ ରାମ କୁମାରଙ୍କୁ ଗିରଫ୍ କରିଛି । ଜୟଶଙ୍କର ତିୱାରୀ ମୁଛଡ ପାନ ଦୋକାନୀ ଭାବରେ ପରିଚିତ । ପାନ ବ୍ୟବସାୟ କରି ଏହି ଦୁଇ ଭାଇ କୋଟିପତି ହୋଇଛନ୍ତି । ଦକ୍ଷିଣ ମୁମ୍ୱାଇରେ ଏହି ଦୁଇ ଭାଇଙ୍କ ପାନ ବ୍ୟବସାୟ ବହୁତ ଲୋକପ୍ରିୟ । ଦୁଇ ଭାଇ ପ୍ରତ୍ୟେକ ଛଅ ମାସ ଲେଖାଏଁ ଦୋକାନରେ ବସନ୍ତି ।

Leave A Reply

Your email address will not be published.