ମକର ସଂକ୍ରାନ୍ତି ପାଇଁ ସୁନାର ଗୁଡ଼ି

0 67

ହାଇଦ୍ରାବାଦ, ୧୩ ।୧: ଆଉ ଦିନକ ପରେ ସାରା ଦେଶରେ ବେଶ ଧୁମଧାମରେ ପାଳନ ହେବ ମକର ସଂକ୍ରାନ୍ତି । ଏହାକୁ ନେଇ ଆଜିଠାରୁ ହିଁ ସାରା ଭାରତରେ ଉତ୍ସବର ପରିବେଶ । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ଏହିଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ମକରରେ ପହଞ୍ଚିଥାନ୍ତି । ତେଣୁ ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ୱ ଏଇଥିପାଇଁ ରହିଛି କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣୟାନରୁ ଉତ୍ତରାୟଣ ନେଇଥାନ୍ତି । ତେବେ ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡାଇବା ପରମ୍ପରା ମଧ୍ୟ ରହିଛି । ଏହା ବେଶ ପୁରୁଣା । ଏହିଦିନ ଲୋକେ ସାର ଦେଶରେ ରଙ୍ଗ ବେରଙ୍ଗର ଗୁଡି ଉଡାଇଥାନ୍ତି । ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଗୁଡ଼ି ବଜାରରେ ମଧ୍ୟ ଭିଡ ଜମିଲାଣି । ଭିନ୍ନ ଭିନ୍ନ ପ୍ରକାରର ଗୁଡ଼ି ତିଆରି କରି ବ୍ୟବସାୟୀମାନେ ବଜାରରେ ବିକ୍ରି କରିବା ଆରମ୍ଭ କରିସାରିଲେଣି । ଚଳିତବର୍ଷ କରୋନା କଟକଣା ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ କେଉଁଠି କରୋନା ଭାଇରସ ଗୁଡ଼ି ତ ଆଉ କେଉଁଠି ଫେସ ମାସ୍କ ଗୁଡ଼ି ବିକ୍ରି ହେଉଇଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଜଣେ କାରିଗର ଅଛନ୍ତି ଯିଏକି ମକର ସଂକ୍ରାନ୍ତି ପାଇଁ ସୁନା ଓ ରୁପାରେ ଗୁଡ଼ି ତିଆରି କିରଛନ୍ତି । କେବଳ ଗୁଡ଼ି ନୁହେଁ ମାଞ୍ଜା ଏବଂ ମାସ୍କ ମଧ୍ୟ ତିଆରି କରିଛନ୍ତି ସେ । ହାଇଦ୍ରାବାଦର ଜଣେ କଳାକାର ଅଦ୍ଭୁତ ଗୁଡ଼ି ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ସୁନା ଓ ରୁପାରେ ଏକ ଛୋଟ ଗୁଡ଼ି ତିଆରି କରିଛନ୍ତି, ଯାହା ଦେଖିବାକୁ ବେଶ ନିଆରା । ସୁନାରେ ତିଆରି ଏହି ଗୁଡ଼ିର ଓଜନ ୨.୫୮ ଗ୍ରାମ ରହିଛି । ଗୁଡ଼ି ବ୍ୟତୀତ ଏହି କଳାକାର ଜଣ ସୁନା ଓ ରୁପାରେ ଛୋଟ ମାସ୍କ ଓ ଗୁଡ଼ି ଉଡାଇବା ପାଇଁ ମାଞ୍ଝା ମଧ୍ୟ ତିଆରି କରିଛନ୍ତି । ପ୍ରତିବର୍ଷ ସେ ସୁନା ଏବଂ ରୁପାରେ କ୍ଷୁଦ୍ର ଗୁଡ଼ି ତିଆରି କରନ୍ତି ଏବଂ ମକର ସଂକ୍ରାନ୍ତି ପର୍ବ ଶେଷ ହେବା ପରେ ଏହାକୁ ତିରୁପତି ମନ୍ଦିରରେ ଦାନ କରିଦିଅନ୍ତି ବୋଲି ଏହି ନିଆରା ଗୁଡ଼ି ତିଆରି କରିଥିବା କଳାକାର ଜଣକ କହିଛନ୍ତି ।

Leave A Reply

Your email address will not be published.