ଟେକ୍ନୋ ପକ୍ଷରୁ କ୍ୟାମନ୍-୧୬ ପ୍ରିମିୟର ସ୍ମାର୍ଟଫୋନ୍ର ବଜାର ପ୍ରବେଶ

0 71

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର କ୍ୟାମନ୍-୧୬ ପ୍ରିମିୟର ନୂତନ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି । ଏହି ନୂତନ ସ୍ମାର୍ଟଫୋନ୍ର ବିକ୍ରି ୨୦୨୧ ଜାନୁୟାରୀ ୧୬ ତାରିଖ ମଧ୍ୟାହ୍ନ ୧୨ଟା ରେ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନ୍ ଭାରତ ବ୍ୟାପୀ ଅଫ୍ ଲାଇନ୍ ରିଟେଲ ଆଉଟ୍ ଲେଟ୍ରେ ମଧ୍ୟ ଉପଲବ୍ଧ ହେବ । ଏହା ଗ୍ଲାସିଅ ସିଲଭର ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ । ଟେକ୍ନୋ କ୍ୟାମନ-୧୬ ପ୍ରମିୟମରର ମୂଲ୍ୟ ୧୬,୯୯୯ଟଙ୍କା ରହିଛି । ଏଥିରେ ୪୮ ଏମ୍ପି ଏବଂ ୮ଏମ୍ପି ଡୁଆଲ ଡଟ୍-ଇନ୍ ସେଲଫି କ୍ୟାମେରା ଏବଂ ଆଇ ଫୋକସ୍ ସୁବିଧା ରହିଛି । ଏଆଇ ପାୱାର ଅଲ୍ଟ୍ରା ନାଇଟ୍ ଲେନ୍ସ୍ ଏବଂ ପପ୍-ଅପ୍ କ୍ୟାମେରା ରହିଛି । ଏହା ସହିତ ଏଥିରେ ୬୪ କ୍ୱାଡ୍ ପଛ କ୍ୟାମେରା ରହିଛି । ଏଥିରେ ସୋନୀ ଆଇଏମ୍ଏକ୍ସ୍ ୬୮୬ ଆର୍ଜିବି ସେନ୍ସର ଏବଂ ଟେକ୍ନୋ ଏଆଇ ଭିଜନ ଅପ୍ଟିମାଇଜେଶନ୍ ସଲ୍ୟୁସନ ଟେକ୍ନୋଲୋଜି ସୁପର ନାଇଟ୍ ୨.୦ ରହିଛି । ଏଥିରେ ସୁପର ହାଇବ୍ରିଡ୍ ଇମେଜ୍ ଷ୍ଟାବିଲାଇଜେଶନ୍ ବୈଶିଷ୍ଟ୍ୟ ରହିଛି । ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଆର ସିଇଓ ଅରଜିତ୍ ତାଲାପାତ୍ର କହିଲେ,ଟୋକ୍ନୋ ଏକ ଗ୍ରାହକ ବିଶ୍ୱାସନୀୟ ବ୍ରାଣ୍ଡ୍ ଭାବେ ବେଶ୍ ଖ୍ୟାତି ହାସଲ କରିପାରିଛି । ଆମେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିରନ୍ତର ମୋବାଇଲ୍ କ୍ୟାମେରା ଜ୍ଞାନକୌଶଳରେ ବିକାଶ ଜାରି ରଖିଛୁ । ଯାହାଦ୍ୱାରା ବ୍ୟବହାରକାରୀଙ୍କ ଫଟୋଗ୍ରାଫି ଅଭିଜ୍ଞତାରେ ନୂତନତ୍ୱ ଆସିପାରିବ । ଏହାକୁ ଦୃଷ୍ଟିରେ ରଖି କ୍ୟାମନ୍ ସିରିଜ୍ର ନୂତନ ସ୍ମାର୍ଟଫୋନ୍ କ୍ୟାମନ୍-୧୬ ପ୍ରମିୟର ମାଧ୍ୟମରେ ଆମେ ଆମର ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବାର ଯୋଜନା ପ୍ରସ୍ତୁତ କରିଛୁ । ୨୦୨୧ରେ ଆମେ ଟେକ୍ନୋକୁ ନୂଆ ସଫଳତା ଦେବାର ଯୋଜନା କରିଛୁ । ଟେକ୍ନୋ କ୍ୟାମନ-୧୬ ପ୍ରିମିୟରରେ ୪୮ ଏମ୍ପି ପ୍ରାଇମେରୀ ଡଟ୍-ଇନ୍ ସେଲଫି ଲେନ୍ସ୍, ୮ ଏମ୍ପି ଅଲ୍ଟ୍ରା ୱାଇହ୍ ଆଙ୍ଗେଲ୍ ଲେନ୍ସ୍, ୧୦୫ ୟୁ ୱାଇଡ୍ ଆଙ୍ଗେଲ୍ ମୋଡ୍, ଏଆର୍ ଶଟ୍ ୩.୦, ୬୪ ଏମ୍ପି ପ୍ରାଇମେରୀ ପଛ ଲେନ୍ସ୍, ୧୧୯ୟୁ ସୁପର ୱାଇଡ୍ ଫଟୋ ପାଇଁ ୮ ଏମ୍ପି ଲେନ୍ସ୍, ୨ ଏମ୍ପି ବୋଖେ ଲେନ୍ସ୍, ଏଆଇ ଲେନ୍ସ୍, ସ୍ଳୋ ମୋସନ୍, ଭିଡ଼ିଓ ବୋଖେ, ୧/୧.୭୯ ବୃହତ୍ ସେନସର୍, ୬.୮୫ ଇଂଚ ଏଫ୍ଏଚ୍ଡି ପ୍ଲସ୍ ଡିସ୍ ପ୍ଲେ, ଏହାର ସ୍କ୍ରିନ୍ ଟୁ ବଡି ରେସିଓ୯୦% ରହିଛି । ଏଥିରେ ଏଚ୍ଡିଆର୍ ୧୦ ପ୍ଲସ୍,୩୯୨ ପିପିଇ ପିକ୍ସଲେ ଡେନସିଟି, ୪୮୦ ନିଟ୍ ବ୍ରାଇଟ୍ନେଶ୍, ୨କେ ପ୍ଲସ୍ ଅଲ୍ଟ୍ରା କ୍ଲିୟର ରିଜୋଲ୍ୟୁସନ, ୮ଜିବି ଏଲ୍ପିଡିଡିଆର୍ ୪-ଏକ୍ସ ରାମ୍, ୧୨୮ଜିବି ରମ୍ ଆଦି ସୁବିଧା ରହିଛି । ଏହାର ଆଭ୍ୟନ୍ତରୀଣ ଷ୍ଟୋରେଜ୍ ୟୁଏଫ୍ଏସ୍ ୨.୧କୁ ସପୋର୍ଟ କରିଥାଏ । ଫଳରେ ଚିନ୍ତାମୁକ୍ତ ଭାବେ ଡାଟା ଟ୍ରାନ୍ସଫର ହୋଇପାରିଥାଏ । ଏଥିରେ ମେଡ଼ିଆ ଟେକ୍ ଜି-୯୦-ଟି ପ୍ରୋସେସର, ହାଇପର ଇଞ୍ଜିନ୍ ଗେମିଂ ଜ୍ଞାନକୌଶଳ ସୁବିଧା ରହିଛି । ଏଥିରେ କୋର୍ଟେକ୍ସ୍ ଏ-୭୬-ସିପିୟୁ ଏବଂ ମାଲି ଜ-୭୬ ଜିପିୟୁ ଏବଂ ଅକ୍ଟାକୋର ୨.୦୫ ଜିଏଚ୍ଜେଡ୍ ପ୍ରେସୋସର ରହିଛି । ଏଥିରେ ଚିନ୍ତାମୁକ୍ତ ଭାବେ ପବ୍ଜି ଏବଂ ଫୋର୍ଟନାଇଟ୍ ଭଳି ଗେମ୍ ଖେଳିହେବ । ଏଥିରେ ୪୫୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍ ରହିଛି ଯାହାକି ୨୮ ଦିନର ଷ୍ଟାଣ୍ଡ୍ବାଏ ଦେବାକୁ ସକ୍ଷମ । ଏହା ସହିତ ୪୨ ଘଂଟାର କଲିଂ ଟାଇମ୍, ୧୮୦ ଘଂଟାର ମ୍ୟୁଜିକ୍ ପ୍ଲେବ୍ୟାକ୍ ସୁବିଧା ରହିଛି । ଏଥିରେ ୟୁଏସ୍ବି ଟାଇପ୍ ସି ପୋର୍ଟ ରହିଛି । ଏହାର ଫୁଲ୍ ଚାର୍ଜିଂ ସମୟ ୧୨୯ ଘଂଟା ରହିଛି । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଏହା ମାଚେଂଷ୍ଟର ସିଟି ଫୁଟବଲ କ୍ଲବ୍ର ଗ୍ଲୋବାର ଅଫିସିଆଲ୍ ଟ୍ୟାବଲେଟ୍ ଏବଂ ହ୍ୟାଣ୍ଡ୍ସେଟ୍ ପାର୍ଟନର ଭାବେ କାର୍ଯ୍ୟ କରୁଛି ।

Leave A Reply

Your email address will not be published.