ଏୟାର ଏସିଆ ଇଣ୍ଡିଆ ପକ୍ଷରୁ କୋଲକାତା, ଭୁବନେଶ୍ୱର ଓ ପୁନେ ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ

0 72

ଭୁବନେଶ୍ୱର: କୋଲକାତା, ଭୁବନେଶ୍ୱର ଓ ପୁନେ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରି ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ନୂଆବର୍ଷକୁ ଭିନ୍ନ ଢଙ୍ଗରେ ଆରମ୍ଭ କରାଯାଇଛି । ପ୍ରଥମ ବିମାନ କଂପାନି ଭାବେ ଭୁବନେଶ୍ୱର ଓ ପୁନେ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରି ସଫଳତାର ନୂଆ ଫର୍ଦ ଯୋଡ଼ିଛି । ଏହି କ୍ଷେତ୍ର ପାଇଁ ବୁକିଙ୍ଗ୍ ଖୋଲା ରହିଛି । ୨୦୨୧ ଜାନୁଆରି ୨୪ରୁ ବିମାନ ଉଡ଼ାଣ ଆରମ୍ଭ ହେବ । ସପ୍ତାହରେ ଶନିବାରକୁ ବାଦ ଦେଇ ଅନ୍ୟ ସବୁ ଦିନ ଏହି ବିମାନ ଉଡ଼ିବ । ଏ ସମ୍ପର୍କରେ ଅଙ୍କୁର ଗର୍ଗ, ଚିଫ୍ କମର୍ସିଆଲ୍ ଅଫିସର, ଏୟାର ଏସିଆ ଇଣ୍ଡିଆ କହିଛନ୍ତି ଯେ, “କୋଲକାତା, ଭୁବନେଶ୍ୱର ଓ ପୁନେ ମଧ୍ୟରେ ନୂଆ ବିମାନ ସଂଯୋଗ ଘୋଷଣା କରିଥିବାରୁ ଆମେ ଉଲ୍ଲସିତ । କୋଲାକାତା ଓ ପୁନେ ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇଥିବାରୁ ଏହି ବିମାନ ଉଡ଼ାଣକୁ ସହଜ କରିବ । ୨୦୧୭ ଅଗଷ୍ଟ ୧ରେ ଏୟାର ଏସିଆ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ଏବେ ଏହା ଭୁବନେଶ୍ୱରକୁ ଚାରିଟି ପ୍ରମୁଖ ହବ୍ ଯଥା ବେଙ୍ଗାଲୁରୁ, ମୁମ୍ବାଇ, ନୂଆଦିଲ୍ଲୀ ଓ କୋଲକାତା ସହ ଯୋଡ଼ିଛି । ଆମେ ନିକଟରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କ ସହ କାର୍ଯ୍ୟ କରି ଏହି ସମ୍ପର୍କକୁ ଆହୁରି ଦୃଢ଼ କରିଛୁ ଓ ଲକଡାଉନ୍ ସମୟରେ କୋଚି, ମୁମ୍ବାଇ, ଇମ୍ଫାଲ, ଗୌହାଟି, ବାଗଡୋଗ୍ରା, ଜାମ୍ମୁ ଓ ପୋର୍ଟ ବ୍ଲେୟାରରୁ ଉମିଦ କି ଉଡାଣ (ଫ୍ଲାଇଟ୍ ଅଫ୍ ହୋପ୍) ଅଭିଯାନରେ ଲୋକମାନଙ୍କୁ ଓଡ଼ିଶା ଅଣାଯାଇଛି ।’’ ଏୟାର ଏସିଆ ଦ୍ରୁତ ଅଭିବୃଦ୍ଧି ପଥରେ ରହିଛି । ଏହା ୨୦୨୦ରେ ୧୮୬ ସିଟ୍ ବିଶିଷ୍ଟ ଏୟାରବସ୍ ଏ୩୨୦ ନିଓସ୍କୁ ଯୋଡ଼ିଥିଲା । ଏବେ ସୁରକ୍ଷିତ ଭାବେ ବିମାନରେ ଯାତ୍ରା କରିବା ନିଶ୍ଚିତ କରିବା ଲାଗି କଂପାନି ପକ୍ଷରୁ ନୂଆ ସେବା “ଏକ୍ସଟ୍ରା ସିଟ୍’ ଆରମ୍ଭ କରାଯାଇଛି ଯେଉଁଥିରେ ଅତିଥିମାନଙ୍କ ପାଇଁ ଗୋଟିଏ ଅତିରିକ୍ତ ସିଟ୍ ସଂରକ୍ଷିତ ରଖାଯାଉଛି । ଏୟାର ଏସିଆ ଇଣ୍ଡିଆର ସମସ୍ତ ବିମାନ ପାଇଁ ଏହା ଲାଗୁ କରାଯାଇଛି । ଶିଶୁଙ୍କୁ ଧରି ଯାତ୍ରା କରୁଥିବା ଅତିଥିମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁବିଧା ରହିଛି । ବିମାନ ବନ୍ଦରରୁ ନିଜ ଗନ୍ତବ୍ୟ ସ୍ଥଳକୁ ସୁବିଧାରେ ଯିବା ଲାଗି କଂପାନି ପକ୍ଷରୁ କାର୍ ରେଂଟାଲ୍ ସର୍ଭିସେସ୍ ସହିତ ବୁଝାମଣା କରାଯାଇଛି । ବେଙ୍ଗାଲୁରୁ, ମୁମ୍ବାଇ ଓ ଦିଲ୍ଲୀ ପରେ କୋଲକାତା ଏୟାର ଏସିଆର ଅନ୍ୟତମ ହବ୍ ହୋଇଛି । ସୁଲଭ ମୂଲ୍ୟରେ ବିମାନ ଯାତ୍ରା ସୁବିଧା ପ୍ରଦାନ କରିବା ଲାଗି ନିକଟରେ କଂପାନି ଅନେକ ରୁଟ୍ରେ ସେବା ଆରମ୍ଭ କରିଛି । ବର୍ତମାନ କଂପାନି କୋଲକାତାକୁ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ଇମ୍ଫାଲ, ବାଗଡୋଗ୍ରା, ଭୁବନେଶ୍ୱର ଓ ଚେନ୍ନାଇ ସହ ଯୋଡ଼ିଥିବା ବେଳେ ଭୁବନେଶ୍ୱରକୁ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ ଓ ପୁନେ ସହ ଏବଂ ପୁନେକୁ ଭୁବନେଶ୍ୱର, ଜୟପୁର, ନୂଆଦିଲ୍ଲୀ ଓ ବେଙ୍ଗାଲୁରୁ ସହ ଯୋଡ଼ିଛି ।

Leave A Reply

Your email address will not be published.