ଭୟଙ୍କର ସଡ଼କ ଦୁର୍ଘଟଣା : ୧୧ ମୃତ

0 64

ବେଙ୍ଗାଲୁରୁ, ୧୫ ।୧: ଅଧା ରହିଗଲା ଗୋଆ ଯାଇ ପିକନିକ୍ କରିବାର ସ୍ୱପ୍ନ । ଅଧା ବାଟରେ ହିଁ ସଡ଼କ ଦୁର୍ଘଟଣାରେ ଲିଭିଗଲା ୧୧ ଜଣଙ୍କ ଜୀବନର ଦ୍ୱୀପ । ଶୁକ୍ରବାର ସକାଳୁ କର୍ଣ୍ଣାଟକାର ଧରୱାଡ ଜିଲ୍ଲାର ଇଟିଗାଟ୍ଟି ଗାଁ ନିକଟରେ ଗୋଟିଏ ଟେମ୍ପୋ ଟ୍ରାଭେଲର ସାମ୍ନା ପଟୁ ଆସୁଥିବା ଟିପ୍ପର ଟ୍ରକ୍କୁ ଧକ୍କା ଦେଇଛି । ଫଳରେ ଟେମ୍ପୋରେ ଗୋଆ ଛୁଟି କାଟିବାକୁ ଯାଉଥିବା ଗୋଟିଏ ମହିଳା କ୍ଲବର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ସେହିପରି ଟିପ୍ପର ଟ୍ରକ୍ ଚଳାଉଥିବା ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପୁଲିସ୍ କହିଛି ଯେ ଟେମ୍ପୋ ଟ୍ରାଭେଲରରେ ଦାଭାନଗେରେରେ ଥିବା ମହିଳା କ୍ଲବର ସଦସ୍ୟମାନେ ରହିଥିଲେ । ଏମାନେ ସମସ୍ତେ ଛୁଟି କାଟିବାକୁ ଗୋଆ ଯାଉଥିବା ବେଳେ ହଠାତ୍ ସେମାନଙ୍କ ଗାଡ଼ି ଇଟିଗାଟ୍ଟି ନିକଟରେ ସାମ୍ନାକୁ ପଟୁ ଆସୁଥିବା ଟ୍ରକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ମହିଳା କ୍ଲକର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଟ୍ରକ ଚାଳକ ମଧ୍ୟ ଘଟଣା ସ୍ଥଳରେ ଆଖି ବୁଜିଥିଲେ । ଦୁର୍ଘଟଣାଟି ଏତେ ଭୟଙ୍ଗର ଥିଲା ଯେ ଦୁଇଟି ଯାକ ଗାଡ଼ି ଚୂରମାର ହୋଇଯାଇଛି । ଖବର ପାଇ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ମହିଳା କ୍ଲବର ଆଉ ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସେହିପରି ଟିପ୍ପର ଟ୍ରକ୍ରେ ଥିବା ଆଉ ୨ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହୁବଲି ସ୍ଥିତ କେଆଇଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲା ଏସ୍ପି କୃଷ୍ଣକାନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ନିଜେ ତ୍ୱାରାନ୍ୱିତ କରୁଛନ୍ତି । ଧରୱାଡ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.