ଚଳନ୍ତା କାରରେ ଲାଗିଲା ନିଆଁ

0 73

ଥାନେ, ୧୫ ।୧: ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର । ବିଚ୍ ରାସ୍ତାରେ ହଠାତ ଜଳି ଉଠିଲା କାର । ଶୁକ୍ରବାର ଥାନେର ଇଷ୍ଟର୍ଣ୍ଣ ଏକ୍ସପ୍ରେସେଓ୍ୱ ଉପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆନନ୍ଦ ନଗରରେ ଥିବା ମୁଲୁନ୍ଦ ଟୋଲ୍ ନାକା ନକଟରେ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଜଳିଯାଇଥିବା ଜଣାପଡ଼ିଛି । କାରଟି ଜଳି ଯିବା ଖବର ମିଳିବା ପରେ ମୁମ୍ୱାଇ ପୋଲିସ ସମେତ ଥାନେର ଆରଡିଏମସି ଓ ମୁମ୍ବାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କାରରେ ଲାଗିଥିବା ନିଆଁ ଲଭାଇବକୁ ଦୀର୍ଘସମୟ ଲାଗିଛି । କିନ୍ତୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କାରଟି ଭକ୍ସଓ୍ୱାଗନ୍ ଭେଣ୍ଟୋ ବୋଲି ଜଣାପଡ଼ିଛି । ତେବେ କାରଟି ଏକ୍ସପ୍ରେସୱେ ଉପରେ ଯାଉଥିବା ବେଳେ ସକାଳ ପ୍ରାୟ ୮ରେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି ।

Leave A Reply

Your email address will not be published.