ଗଜପତିରେ କରୋନା ପ୍ରତିଷେଧକ ଟିକାକରଣ ଆରମ୍ଭ

0 68

ପାରଳାଖେମୁଣ୍ଡି,୧୬ା୦୧: ଗଜପତି ଜିଲ୍ଲାରେ ଆଜି ଠାରୁ କରୋନା ପ୍ରତିଷେଧକ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ ଟିକାକରଣ କାର୍ଯ୍ୟକ୍ରମକୁ ଭିଡିଓ କନ୍ଫେରେନ୍ସିଂ ଜରିଆରେ ଶୁଭାରମ୍ଭ କରିବା ପରେ ଗଜପତିରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା,ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ର ପ୍ରମୁଖଙ୍କ ଉପସ୍ଥିତି ଓ ପରିଚାଳନାରେ ଟିକା ଦେବା ଆରମ୍ଭ ହୋଇଥିଲା । ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ର କହିଛନ୍ତି,ଆଜି ପ୍ରଥମ ଦିନରେ ୪ଶହ ଜଣଙ୍କୁ ଏହି ଟିକା ଦିଆଯିବା ନିର୍ଦ୍ଧାରଣ ହୋଇଛି । ଏଥିପାଇଁ ୪ଗୋଟି କେନ୍ଦ୍ର ଖୋଲା ଯାଇଛି । ସେଗୁଡିକ ହେଲା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା,ମୋହନା,ରାୟଗଡ ଓ ଗୁରାଣ୍ଡିର ଡାକ୍ତରଖାନା ଅଟେ । ଖବର ଲେଖିବା ସୁଦ୍ଧା ୧୮୦ଜଣଙ୍କୁ ଏହି କରୋନା ପ୍ରତିଷେଧକ ଟିକା ଦିଆଯାଇଥିବା ଗଜପତି ସିଡିଏମଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.