୧୪ବର୍ଷ ପରେ ପାଲେଷ୍ଟାଇନରେ ହେବ ସାଧାରଣ ନିର୍ବାଚନ

0 74

ନୂଆଦିଲ୍ଲୀ, ୧୬ ।୧: ୧୪ବର୍ଷ ପରେ ହେବ ନିର୍ବାଚନ । ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି । ୧୪ ବର୍ଷ ପରେ ପାଲେଷ୍ଟାଇନ୍ରେ ହେବାକୁ ଯାଉଛି ନିର୍ବାଚନ । ନିଜର ପ୍ରଥମ ରାଷ୍ଟ୍ରୀୟ ନିର୍ବାଚନ ଲଢିବାକୁ ଯାଉଛି ପାଲେଷ୍ଟାଇନ୍ । ସଂସଦୀୟ, ରାଷ୍ଟ୍ରପତି, ଓ ରାଷ୍ଟ୍ରୀୟ ପରିଷଦର ଏହି ନିର୍ବାଚନରେ ସାମିଲ ଅଛି । ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ସ୍ୱାକ୍ଷରିତ ଅନୁଯାୟୀ, ସଂସଦୀୟ ନିର୍ବାଚନ ୨୨ ମଇ, ରାଷ୍ଟ୍ରପତି ନିର୍ବାଚନ ୩୧ ଜୁଲାଇ ଏବଂ ୩୧ ଅଗଷ୍ଟକୁ ରାଷ୍ଟ୍ରୀୟ ପରିଷଦର ନିର୍ବାଚନ ହେବ । ଖବର ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ସମିତି ଓ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍ଥାନରେ ଲୋକତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୪ରେ ଇସ୍ରାଇଲ୍ ଏବଂ ଫିଲିସ୍ତିନ ମଧ୍ୟରେ ଶାନ୍ତି ବାର୍ତ୍ତା ଭଙ୍ଗ ହୋଇଥିଲା । ୧୯୬୭ରେ ମଧ୍ୟ ପୂର୍ବ ଯୁଦ୍ଧରେ ଇସ୍ରାଇଲ୍ ୱେଷ୍ଟ ବ୍ୟାଙ୍କ, ଗାଜା ପଟ୍ଟୀ ଏବଂ ପୂର୍ବ ଜେରୁଜେଲମ୍କୁ ଦଖଲ କରିଦେଇଥିଲା । ଅନ୍ତଜାର୍ତୀୟ ଆଲୋଚନା ପରେ ବି ସେ ସେହିସବୁ ଅଞ୍ଚଳକୁ ନିୟନ୍ତ୍ରିତ କରିଆସୁଥିଲା । ଅନ୍ୟପଟେ ପାଲେଷ୍ଟାଇନ୍ ବାସିନ୍ଦାମାନେ ପୂର୍ବ ଜେରୁଜେଲମ୍କୁ ନିଜର ରାଜଧାନୀ ରୂପେ ଘୋଷଣା କରିଥିଲା । ଏହି ଅଞ୍ଚଳରେ ସେମାନେ ଏକ ସ୍ୱତନ୍ତ୍ର ରାଜ୍ୟ ସ୍ଥାପିତ କରିବାକୁ ଚାହୁଁଥିଲେ । ଏହାପରେ ପାଲେଷ୍ଟାଇନ୍ ଲିବରେସନ୍ ସଂଗଠନ ୧୫ ନଭେମ୍ବର ୧୯୮୮ରେ ପାଲେଷ୍ଟାଇନ୍କୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । ଏବେ ରାଷ୍ଟ୍ରପତି ଦେଶର ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.