୧୧ ରାଜ୍ୟକୁ ବ୍ୟାପିଲାଣି ବାର୍ଡ଼ ଫ୍ଲୁ

0 81

ନୂଆଦିଲ୍ଲୀ, ୧୬ ।୧ : ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶର ୧୧ଟି ରାଜ୍ୟରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ନିଶ୍ଚିତ ହୋଇଛି । ସର୍ବସାଧାରଣଙ୍କୁ ବାର୍ଡ଼ ଫ୍ଲୁ ବିଷୟରେ ସଚେତନ କରାଇବା ଦିଗରେ ପଦକ୍ଷେପ ନିଆଯାଉଛି । ଏ ସମ୍ପର୍କରେ ଅପପ୍ରଚାରକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତ ବାର୍ଡ଼ ଫ୍ଲୁର ସଫଳତାର ସହ ମୁକାବିଲା କରିଆସୁଥିବାର ରେକର୍ଡ଼ ରହିଛି । ୭୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ବାର୍ଡ଼ ଫ୍ଲୁ ଭୂତାଣୁ ନଷ୍ଟ ହୋଇଯାଇଥାଏ । ସେ ଦୃଷ୍ଟିରୁ କୁକୁଡ଼ାଜାତ ପଦାର୍ଥଗୁଡ଼ିକୁ ୭୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରୁ ଅଧିକ ତାପମାତ୍ରାରେ ରାନ୍ଧି ଖାଇଲେ ତାହା ମାନବ ଶରୀର ପାଇଁ ସୁରକ୍ଷିତ ରହିବ । କର୍ତ୍ତୃପକ୍ଷମାନଙ୍କୁ ସୂଚନା ଦେବାକୁ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି ଓ କୁକୁଡ଼ା ଏବଂ କୁକୁଡ଼ାଜାତ ପଦାର୍ଥଗୁଡ଼ିକର ବିକ୍ରୟ ଉପରେ କୌଣସି ନିଷେଧାଜ୍ଞା ଲାଗୁ ନ କରିବାକୁ ନିବେଦନ କରାଯାଇଛି ।

Leave A Reply

Your email address will not be published.