ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯/୧୦, ଭାରତର ପ୍ରାରମ୍ଭିକ ବିପର୍ଯ୍ୟୟ

0 71

ବ୍ରିସ୍ବେନ୍, ୧୬ ।୧ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ୍ରେ ଚାଲିଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ବର୍ଷା ସାଜିଲା ବାଧକ । ଭାରତର ପ୍ରଥମ ଇନିଂସ୍ରେ ମାତ୍ର ୨୬ ଓଭର ଖେଳ ହୋଇଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଖେଳ ଆଉ ଆଗକୁ ବଢ଼ିପାରି ନଥିଲା । ଶେଷରେ ଷ୍ଟମ୍ପ ଅପସାରଣ କରି ଦିଆଯାଇଥିଲା । ଭାରତ ଆଜି ୨ଟି ୱିକେଟ୍ ହରାଇ ୨୬ ରନ୍ କରିଛି । ଚେତେଶ୍ୱର ପୂଜାରା ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୮ ଓ ୨ ରନ୍ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆକୁ ୩୬୯ ରନ୍ରେ ଆଉଟ୍ କରିବା ପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ୬.୨ ଓଭରରେ ମାତ୍ର ୭ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ ଶୁବମନ ଗିଲ୍ । ପ୍ୟାଟ୍ କମିନ୍ସଙ୍କ ବଲ୍ରେ ସେ ଷ୍ଟିଭ୍ ସ୍ମିଥ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ୧୯.୫ ଓଭରରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ । ନାଥନ ଲିୟନଙ୍କ ବଲ୍ରେ ମିଚେଲ୍ ଷ୍ଟାର୍କଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ । ରୋହିତ ୭୪ଟି ବଲ୍ରେ ୬ଟି ଚୌକା ସହାୟତାରେ ୪୪ ରନ୍ କରିଥିଲେ । ଭଲ ଖେଳୁଥିବା ରୋହିତ ଶର୍ମାଙ୍କ ଆଉଟ୍କୁ ଅନେକ କ୍ରିକେଟ୍ ପ୍ରେମୀ ସହଜରେ ଗ୍ରହଣ କରିପାରି ନାହାନ୍ତି । କାରଣ ତାଙ୍କ ଭଳି ଅଭିଜ୍ଞ ଖେଳାଳି କ୍ରିଜ୍ରେ ଅଧିକରୁ ଅଧିକ ସମୟ ରହିବାର ଆବଶ୍ୟକତା ରହିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୩୬୯ ରନ୍ କରିଥିବା ବେଳେ ଭାରତ ଅନଭିଜ୍ଞ ବୋଲରଙ୍କୁ ନେଇ ଖେଳୁଛି । ତେଣୁ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ମାନଙ୍କୁ କ୍ରିଜ୍ରେ ଅଧିକ ସମୟ ରହି ରନ୍ ସଂଗ୍ରହ କରିବାର ଆବଶ୍ୟକତା ରହିଛି । ଦ୍ୱିତୀୟରେ ରୋହିତ ଖରାପ ଶଟ୍ ଚୟନ କରି ଆଉଟ୍ ହୋଇଥିଲେ । ଧୈର୍ଯ୍ୟହରା ହୋଇପଡ଼ିବାରୁ ସେ ଆଉଟ୍ ହେଲେ ବୋଲି କୁହାଯାଉଛି ।

Leave A Reply

Your email address will not be published.