ଶ୍ରୀମନ୍ଦିରରେ କୋଭିଡ ରିପୋର୍ଟ ବିହୀନ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା

0 73

ପୁରୀ: ଶ୍ରୀମନ୍ଦିରରେ ଆଗାମୀ ୨୧ତାରିଖରେ କୋଭିଡ ରିପୋର୍ଟ ବିହୀନ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ SOPକୁ କୋହଳ କରାଯାଇ ଦର୍ଶନ ବ୍ୟବସ୍ଥା ନେଇ କରାଯାଇଥିବା ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନର ବ୍ୟବସ୍ଥା କରାଯିବାକୁ ଥିବାବେଳେ ୨୧ତାରିଖ ଠାରୁ ନେଗେଟିଭ ରିପୋର୍ଟ ଦର୍ଶନ ପାଇଁ ବାଧ୍ୟତା ମୂଳକ ନୁହେଁ। ସେହିପରି ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଦିନ ଶ୍ରୀମନ୍ଦିର ସାନିଟାଇଜ କରାଯିବ।

Leave A Reply

Your email address will not be published.