ଆରମ୍ଭ ହେଲା ସଡକ ସୁରକ୍ଷା ମାସ

0 79

ଭୁବନେଶ୍ୱର : ଆଜିଠୁ ଜାତୀୟ ସଡକ ସୁରକ୍ଷା ମାସ । ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଡ଼କ ସୁରକ୍ଷା ମାସ  । ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଓଡ଼ିଶା ରୋଡ୍ ସେଫଟି ସୋସାଇଟି ଏବଂ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟା ଳୟ-୨ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଏକ ସଡକ ସୁରକ୍ଷା ରଥର ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  । ଏହି ରଥ ରାଜଧାନୀର ବିଭିନ୍ନ ଅଂଚଳ ବୁଲି ସଚେତନ କରିବ । ଦୀର୍ଘ ମାସେ ତମାମ ସହରର ବିଭିନ୍ନ ଅଂଚଳରେ ଲୋକଙ୍କୁ ସଚେତନ କରିବ ।  ସଡ଼କରେ ସୁରକ୍ଷିତ ଗାଡି ଚାଳନା, ଗାଡିଚାଳନା ସମୟରେ ଦୁର୍ଘଟଣାକୁ ଏଡାଇବା ନେଇ ଲୋକଙ୍କୁ ସଚେତନ କରାଯାଉଛି  । ଦ୍ରୁତଗତିରେ ଗାଡି ନଚଳାଇବାକୁ ପରାମର୍ଶ ସହ ହେଲମେଟ୍ ପିନ୍ଧିବା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ମଦ୍ୟପାନ ନକରି ଗାଡି ଚଳାଇବା ସହ ଗାଡି ଚଳାଇବାବେଳେ ଟ୍ରାଫିକ ନିୟମର ପାଳନ କରିବାକୁ ସଚେତନ କରାଯାଉଛି ।

Leave A Reply

Your email address will not be published.