୧୫ ଜଣଙ୍କୁ ଦଳିଦେଲା ଟ୍ରକ୍

0 72

ସୁରଟ, ୧୯ ।୧: ୧୫ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଗୁଜୁରାଟର ସୁରାଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜାତୀୟ ସମାଚାର ଏଜେନ୍ସି ଏଏନ୍ଆଇ ଦେଇଥିବା ସୂଚନା ମୁତାବକ ସୁରାଟର କୋଶାମ୍ବାରେ ସକାଳୁ ଫୁଟପାଥରେ ଶୋଇଥିବା ବେଳେ ଏକ ଟ୍ରକ୍ ୧୫ ଜଣଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଶ୍ରମିକ ଏବଂ ସେମାନେ ରାଜସ୍ଥାନର ବୋଲି ପୁଲିସ ସୂଚନା ଦେଇଛି । ତେବେ ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ଥିବା ମଧ୍ୟ ଜଣାପଡିଛି । ସେପଟେ ଏହି ଦୁର୍ଘଟଣା ଅନ୍ୟ କେତେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ ବିଳମ୍ବିତ ରାତିରେ ସୁରାଟର କିମ୍-ମାଣ୍ଡବ ରୋଡ୍ରେ ଏକ ଟ୍ରକ ଓଭରଟେକ୍ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ପରେ ଧକ୍କା ଯୋଗୁଁ ଭାରସାମ୍ୟ ହରାଇ ଫୁଟପାଥ୍ରେ ଶୋଇଥିବା ୧୮ ଜଣ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ସେମାନଙ୍କ ମଧ୍ୟରେ ୧୫ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେହିପରି ଅନ୍ୟ କିଛି ଜଣ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଗୁଜୁରାଟ ସୁରତର ପିପଲୋଦ ଗାଁରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନାନୁସାରେ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଲଗାତର ଭାବେ ସେମାନଙ୍କ ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ମୃତାହତ ଶ୍ରମିକମାନେ ରାଜସ୍ଥାନର ବାସୱାଡା ଜିଲ୍ଲାର କୁଶଲଗଡ଼ର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.