ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି

0 72

ଅହମଦାବାଦ, ୧୯ ।୧: ଗୁଜରାଟର ଗିର ସୋମାନାଥ ଜିଲ୍ଲା ଅନ୍ତର୍ଗତ ପ୍ରଭାସ ପାଟନ ସହରରେ ଥିବା ବିଶ୍ୱର ପ୍ରସିଦ୍ଧ ସୋମନାଥ ମନ୍ଦିର ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏହି ପଦରେ ଅବସ୍ଥାପିତ ହୋଇଛନ୍ତି । ମୋଦି ଶ୍ରୀ ସୋମନାଥ ଟ୍ରଷ୍ଟ ଜଣେ ସାଧାରଣ ଟ୍ରଷ୍ଟି ଥିଲେ । ହେଲେ ସୋମବାର ସର୍ବସମ୍ମତିକ୍ରମେ ତାଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମୋଦିଙ୍କ ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଥିଲେ । ତାଙ୍କ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ କରାଯାଇ ନଥିଲା । ହେଲେ ମୋଦି ଆଜି ଦେଶାଇଙ୍କ ସମକକ୍ଷ ହୋଇଛନ୍ତି । ଟ୍ରଷ୍ଟର ୮ମ ଅଧ୍ୟକ୍ଷ ଭାବେ ମୋଦି ଏହି ପଦରେ ବସିବାକୁ ଯାଉଛନ୍ତି । ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପଦ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା । ଗତବର୍ଷ ଅକ୍ଟୋବର ମାସରେ ତାଙ୍କର ଦେହାନ୍ତ ହୋଇଥିଲା । ୨୦୦୪ରୁ ୨୦୨୦ ଦୀର୍ଘ ୧୬ ବର୍ଷ ଧରି ସେ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ସୋମନାଥ ମନ୍ଦିର ଟ୍ରଷ୍ଟର ଅନ୍ୟ ଟ୍ରଷ୍ଟିମାନେ ହେଲେ ବିଜେପି ଭେଟରାନ ଏଲକେ ଆଡଭାନୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଗୁଜରାଟର ମେଧାବୀ ଜେପି ପରମର ଓ ବ୍ୟବସାୟୀ ହର୍ଷବର୍ଦ୍ଧନ ନେଓଟିଆ । ମୋଦିଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ କରିବାକୁ ଶ୍ରୀ ଶାହ ହିଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଏହାକୁ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଟ୍ରଷ୍ଟିମାନେ ସମର୍ଥନ କରିଥିଲେ । ଶେଷରେ ସର୍ବସମ୍ମତିକ୍ରମେ ସେ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.