ସୀମା ବିବାଦ ସମାଧାନକୁ ନେଇ ଆନ୍ଧ୍ର ଓ ଗଜପତି ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

0 64

ପାରଳାଖେମୁଣ୍ଡି,୨୦ା୦୧: ଆନ୍ଧ୍ର-ଓଡିଶା ସୀମାରେ ଦେଖାଦେଇଥିବା ବିବାଦର ଆପୋଷ ସମାଧାନ ପାଇଁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆନ୍ଧ୍ର ଓ ଗଜପତି ଜିଲ୍ଲାର ବରିଷ୍ଠ ରାଜସ୍ୱ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ଥିବାରୁ ଜିଲ୍ଲାର ଅନେକ ଅଂଶ ଆନ୍ଧ୍ର ସହ ସଂଶ୍ଳିଷ୍ଟ ରହିବା ସହ ଏହି ସ୍ଥାନ ଗୁଡିକ ବିବାଦୀୟ ପରିସ୍ଥିତିରେ ରହିଛି । ଏହାକୁ ନେଇ ଓଡିଶା ଏବଂ ଆନ୍ଧ୍ରର ବିଭିନ୍ନ ରାଜସ୍ୱ ନିରୀକ୍ଷକଙ୍କ ମଧ୍ୟରେ ଏହି ବୈଠକ ବସିଥିଲା । ବିବାଦୀୟ ସ୍ଥାନର କିପରି ସମାଧାନ କରାଯାଇ ନିଜ ନିଜ ରାଜ୍ୟକୁ ତାହା ହସ୍ତାନ୍ତର ହୋଇପାରିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ତେବେ ଅନେକ ପୂର୍ବରୁ ଓଡିଶାର ଗଜପତି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ୧୪ରୁ ଉଦ୍ଧ୍ୱର୍ ସ୍ଥାନକୁ ନେଇ ବିବାଦର ସମାଧାନ ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,କାଶୀନଗର ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ପ୍ରମୁଖଙ୍କ ସହ ରାଜସ୍ୱ ବିଭିଗ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ପୁରୁଣାପାଟଣା ତହସିଲଦାର ଓ ରାଜସ୍ୱ ନିରୀକ୍ଷକମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.