ଖାଲଖମା ହୋଇଗଲାଣି ପିପିଲି ଜଟଣୀ ରାସ୍ତା

0 74


ପିପିଲି,୨୦/୧ :ପିପିଲି ପୂର୍ତବିଭାଗ ଅଧିନରେ ଥିବା ପିପିଲି ଜଟଣୀ ରାସ୍ତାର ୯କିମି ରାସ୍ତା ଏବେ ଖାଲଖମା ହୋଇ ଗଲାଣି । ବିଭାଗ ପକ୍ଷରୁ ଅଦ୍ୟାବଧି ମରାମତି କରାଯାଉନି । ଫଳରେ ପ୍ରତିଦିନ ଉକ୍ତ ରାସ୍ତାରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି । ପ୍ରାୟ ଦେଢବର୍ଷ ହେବ ଉକ୍ତ ରାସ୍ତା ମରାମତି ହୋଇନି ବୋଲି ଅଭିଯୋଗ ହୋଇଛି । ବିଶେଷ କରି ଗତ ଅଗଷ୍ଟ ମାସରେ ଦୟାନଦୀର ବନ୍ୟା ଜଳରେ କଂଟି ଓ ବାରିମୂଳ ମଧ୍ୟବର୍ତୀ ସ୍ଥାନରେ ରାସ୍ତା ଧୋଇ ଯାଇଥିବାବେଳେ ଏହା ଆଦୌ ମରାମତି କରାଯାଇନି । ଫଳରେ ପ୍ରତିଦିନ ସେଠାରେ ଦୁର୍ଘଟଣାମାନ ଘଟୁଛି । ହସ୍ପିଟାଲ ଯାଉଥିବା ରୋଗୀଙ୍କ ଠାରୁ ଆରମ୍ଭ କରି ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ପିପିଲି ହାଟଛକଠାରୁ ବୁଢାପଡ଼ା ଶ୍ରୀ ସୋମନାଥ ଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ୭୦ରୁ ଅଧିକ ଖାଲ । ମାଧିପୁର ନିକଟରେ ଥିବା ୨ଟି ବ୍ରୀଜର ସଂଯୋଗ ରାସ୍ତା ମଧ୍ୟ ଦବି ଗଲାଣି । ଉକ୍ତ ନିତଦିନିଆ ରାସ୍ତାରେ ପ୍ରତିଦିନ ଯାତ୍ରୀବାହୀ ବସ ସମେତ ହଜାର ହଜାର ୪ଚକିଆ ହାଲୁକା ଓ ଭାରିଯାନ ଯାତାୟତ କରୁଛି । କୋଣାର୍କ ଓ ପୁରୀ ଯାତାୟତ ପାଇଁ ଏହି ରାସ୍ତା ଉପରେ ଯାତ୍ରୀମାନେ ମୁଖ୍ୟତଃ ନିର୍ଭର କରୁଥିବାରୁ ତୁରନ୍ତ ଉକ୍ତ ରାସ୍ତା ମରାମତି ନିମନ୍ତେ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.