୩୦ରେ ସର୍ବଦଳୀୟ ବୈଠକ

0 68

ବଜେଟ୍ ପୂର୍ବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩୦ ତାରିଖରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ । ଫେବୃଆରୀ ୧ରେ ସଂସଦରେ ବଜେଟ୍ ଉପସ୍ଥାପିତ ହେବ । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ବୈଠକ କରାଯିବା ନେଇ ସୂଚନା ମିଳିଛି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଥାୱାର ଚାନ୍ଦ ଗହଲଟ, ପିୟୁଷ ଗୋୟଲ୍, ପ୍ରହ୍ଲାଦ ଯୋଶୀ, ଅର୍ଜୁନ ମେଘୱାଲ ଏବଂ ମୁରଲୀଧରନ୍ ଯୋଗଦେବେ । ସର୍ବଦଳୀୟ ବୈଠକ ଛଡ଼ା ଏନ୍ଡିଏ ମେଣ୍ଟର ବୈଠକ ମଧ୍ୟ ଏହି ଦିନ ଅନୁଷ୍ଠିତ ହେବ । ଏହି ବଜେଟ୍ ଅଧିବେଶନ ୨୯ ଜାନୁଆରୀରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ୧ ଫେବୃଆରୀରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନ କରାଯିବ । ଏହାର ପ୍ରଥମ ପର୍ଯ୍ୟାୟ ୨୯ ଜାନୁଆରୀରୁ ଆରମ୍ଭ ହୋଇ ୧୫ ଫେବୃଆରୀରେ ଶେଷ ହେବ ଏବଂ ଦ୍ୱିତୀୟ ପ୍ରର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୯ ଜାନୁଆରୀ ସକାଳ ୧୧ଟାରେ ସଂସଦର ଦୁଇ ସଦନ ଲୋକସଭା ଏବଂ ରାଜ୍ୟ ସଭାକୁ ସମ୍ବୋଧିତ କରିବେ । ବଜେଟ୍କୁ ପ୍ରଥମେ ଫେବୃଆରୀର ସକାଳ ୧୧ଟା ସମୟରେ ଉପସ୍ଥାପନ କରାଯିବ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ୍କୁ ନେଇ ବଡ଼ ବଡ଼ ଅର୍ଥନୀତିଜ୍ଞ ଏବଂ ବିଭିନ୍ନ କ୍ଷେତ୍ରର ଏକ୍ସପର୍ଟଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକର ଆୟୋଜନ ନୀତି ଆୟୋଗ କରିଥିଲା । ବୈଠକରେ କରୋନା ସମୟରେ ଅର୍ଥନୀତିର ଏଜେଣ୍ଡାକୁ ନେଇ ଚର୍ଚ୍ଚା ହୋଇଥିଲା । ଅର୍ଥବ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା ସମସ୍ତ ସଦସ୍ୟ କହିଥିଲେ । ଏଥିରେ ଘରୋଇକରଣ ଏବଂ ବିନିର୍ମାଣ ଉଦ୍ୟୋଗକୁ ଆଗକୁ ବଢ଼ାଇବା ପାଇଁ ଅର୍ଥନୀତିଜ୍ଞମାନେ ମତ ଦେଇଥିଲେ ।

Leave A Reply

Your email address will not be published.