ଟିଆରପି ସ୍କାମ: ପୂର୍ବତନ ବାର୍କ ସିଇଓଙ୍କ ଜାମିନ ଆବେଦନ ଖାରଜ

0 71

ମୁମ୍ବାଇ, ୨୦ ।୧: ଟିଆରପି ସ୍କାମ ଅଭିଯୋଗ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବାର୍କ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଜାମିନ ଆବେଦନକୁ ଆଜି ମୁମ୍ବାଇର ଗୋଟିଏ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି । ମୁମ୍ବାଇ ପୁଲିସ୍ ତାଙ୍କୁ ଡିସେମ୍ବର ୨୪ରେ ଗିରଫ କରିଥିଲା । ଗିରଫ ପରେ ସେ ତଲୋଜା ଜେଲ୍ରେ ଥିଲେ । କିନ୍ତୁ ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେଲା ହସ୍ପିଟାଲରେ ରଖାଯାଇଛି । ଆଜି ସେସନ୍ସ କୋର୍ଟ ଜାମିନ ଆବେଦନ ଖାରଜ କରିଥିବାରୁ ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି । ନିଜ କ୍ଷମତାର ଅପବ୍ୟବହାର କରି ଦାସଗୁପ୍ତା ଏଆରଜି ଆଉଟଲାୟର ମିଡିଆ ପ୍ରାଇଭେଟ ଲିଃ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଟିଆରପି ଘୋଟଲା କରିବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି । ଏହି ଘୋଟଲା ଯୋଗୁ ରିପବ୍ଲିକ ଚ୍ୟାନେଲ ନମ୍ବର ୧ ସ୍ଥାନରେ ପହଞ୍ଚିଥିବା ମଧ୍ୟ କୁହାଯାଇଛି । ମୁମ୍ବାଇ ପୁଲିସ୍ କୋର୍ଟରେ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ରେ ମୁମ୍ବାଇ ପୁଲିସ୍ କହିଛି ଯେ ଦାସଗୁପ୍ତା ଟିଆରପି ଘୋଟାଲାରେ ସହଯୋଗ କରିଥିବାରୁ ରିପବ୍ଲିକ ଟିଭି ତାଙ୍କୁ ଆର୍ଥିକ ସହାୟତା କରିଥିଲା । ଏହି ଅର୍ଥରେ ସେ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କିଣିଥିଲେ । ଜାନୁଆରୀ ୪ରେ ମାଜିଷ୍ଟ୍ରେଟ କୋର୍ଟ ଦାସଗୁପ୍ତାଙ୍କ ଜାମିନ ଆବେଦନ ଖାରଜ କରିଥିବାରୁ ତାଙ୍କ ଓକିଲ ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ହେଲେ ଏଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି ।

Leave A Reply

Your email address will not be published.