ନିର୍ବନ୍ଧ କଲେ ଟ୍ରମ୍ପଙ୍କ ସାନ ଝିଅ

0 75

ୱାଶିଂଟନ, ୨୦ ।୧: ଆଜି ହ୍୍ୱାଇଟ ହାଉସରେ ଟ୍ରମ୍ପଙ୍କ ଶେଷ ଦିନ ଥିବାରୁ ତାଙ୍କ ସାନ ଝିଅ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବାପାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଟିଫାନୀ ଟ୍ରମ୍ପ ହ୍ୱାଇଟ ହାଉସରେ ତାଙ୍କ ବୟଫ୍ରେଣ୍ଡ ମାଇକେଲ ବଉଲୋସଙ୍କୁ ନିର୍ବନ୍ଧ କରିଛନ୍ତି । ନିର୍ବନ୍ଧ ପରେ ଉଭୟ ହ୍ୱାଇଟ ହାଉସ ମଧ୍ୟରେ ଉଠାଇଥିବା ଫଟୋକୁ ମଧ୍ୟ ଶୋସାଲ ମିଡିଆରେ ଶେୟାର କରିଛନ୍ତି । ନିଜ ଇନଷ୍ଟାଗ୍ରାମରେ ଟିଫାନୀ ଟ୍ରମ୍ପ ଫଟୋ ପୋଷ୍ଟ କରି କହିଛନ୍ତି, ହ୍ୱାଇଟ ହାଉସରେ ଆମେ ଏକାଧିକ ମାଇଲଷ୍ଟୋନ, ଐତିହାସିକ ମୁହୂର୍ତ୍ତ ଓ ସ୍ମରୀୟ ଘଟଣାର ମୁକସାକ୍ଷୀ ରହିଥିଲୁ । ତେବେ ଏସବୁ ଭିତରେ ସବୁଠାରୁ ସ୍ୱତନ୍ତ୍ର ଘଟଣା ଆଜି ଘଟିଛି । ଆଜି ମୁଁ ଓ ମାଇକେଲ ହ୍ୱାଇଟ ହାଉସରେ ନିର୍ବନ୍ଧ କରିଛୁ । ଆଗାମୀ ଅଧ୍ୟାୟ ପାଇଁ ମୁଁ ବେଶ ଉତ୍ସାହିତ ବୋଲି ସେ ଲେଖିଛନ୍ତି । ମାଇକେଲ ମଧ୍ୟ ସମାନ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ମୋ ଜୀବନର ପ୍ରେମ ସହ ଆଜି ମୁଁ ନିର୍ବନ୍ଧ କରିଛି ।

Leave A Reply

Your email address will not be published.