ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ପୁଣି ହେବ ବୈଠକ

0 80

ନୂଆଦିଲ୍ଲୀ, ୨୧ ।୧: ଦିଲ୍ଲୀ ସୀମାରେ କୃଷକ ସଂଗଠନର ଆନ୍ଦୋଳନ ଜାରି ରହିଛି । କୃଷକ ସଂଗଠନ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ରାଲି ବାହାର କରିବାକୁ ନିଜ ଜିଦ୍ରେ ଅ‡ି ରହିଛନ୍ତି । ଗୁରୁବାର ଦିଲ୍ଲୀ ପୋଲିସ ଓ କୃଷକ ନେତାଙ୍କ ମଧ୍ୟରେ ଏହି ବିଷୟରେ ହୋଇଥିବା ବୈଠକ ନିଷ୍ଫଳ ରହିଛି । ଏହି ବୈଠକରେ ଦିଲ୍ଲୀ ପୋଲିସ ବ୍ୟତୀତ ହରିୟାଣା ପୋଲିସ, ୟୁପି ପୋଲିସ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ଥିଲେ । ବୈଠକ ପରେ କ୍ରାନ୍ତିକାରୀ କିଷାନ ସଂଘର ନେତା ଦର୍ଶନ ପାଲ କହିଛନ୍ତି, ସରକାର ସୁରକ୍ଷା କାରଣର ଆଳ ଦେଖାଇ ଜନରାଜ୍ୟ ଦିବସ ଅବସରରେ ଆଉଟର ରିଙ୍ଗ୍ ରୋଡ୍ରେ ଟାକ୍ଟର ପରେଡ୍କୁ ଅନୁମତି ଦେଇ ନାହାନ୍ତି । କିନ୍ତୁ ଆମେ ସ୍ପଷ୍ଟ କରିଛୁ ଯେ, ସେଠାରେ ହିଁ ଟ୍ରାକ୍ଟର ପରେଡ୍ ବାହାରିବ । କେନ୍ଦ୍ର ସରକାରଙ୍କ ଆସନ୍ତାକାଲି କୃଷକଙ୍କ ସହିତ ବୈଠକ ପରେ ଏହି ସଂପର୍କରେ ପୁଣି ଥରେ ବୈଠକ ବସିବ ବୋଲି କୃଷକ ନେତା କହିଛନ୍ତି । ସୂତ୍ର ଅନୁଯାୟୀ, ଗତ ବୈଠକରେ ପୋଲିସ ଅଧିକାରୀ ପ୍ରସ୍ତାବିକ ଟ୍ରାକ୍ଟର ରାଲିକୁ ଦିଲ୍ଲୀର ବ୍ୟସ୍ତବହୁଳ ବାହ୍ୟ ରିଙ୍ଗ ରୋଡ୍ ପରିବର୍ତ୍ତେ କୁଣ୍ଡଳୀ-ମାନେସର ପଲୱଲ ଏକ୍ସପ୍ରେସ୍ରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ । ସୂଚନାଯୋଗ୍ୟ, ହଜାର ସଂଖ୍ୟାରେ କୃଷକ ଦିଲ୍ଲୀର ସୀମାରେ ଗତ ଦୁଇ ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ ନୂତନ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.