ଫାଇଭ୍ ଷ୍ଟାର୍ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍

0 72

ଧରାପଡ଼ିଲେ ଫିଲ୍ମ ନିର୍ମାତାଙ୍କ ସମେତ ୨ ମହିଳା

ମୁମ୍ବାଇ, ୨୧ ।୧: ଫିଲ୍ମରେ ଅଭିନୟ କରିବାର ଲୋଭ ଦେଖାଇ ମଡେଲ୍ ଓ ଅଭିନେତ୍ରୀଙ୍କୁ ନିଜ ଜାଲରେ ଫସାଉଥିଲେ । ପରେ ସେମାନଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ । ମୁମ୍ବାଇରେ ଏମିତି ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ର ପର୍ଦ୍ଦାଫାଶ ହୋଇଛି । ଏଥିରେ ସାମିଲ ଥିବା ୮ଜଣ ମଡେଲ୍ଙ୍କୁ ପୋଲିସ୍ ଛାଡ଼ି ଦେବା ସହ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ, ଜାନୁଆରୀ ୧୯ ତାରିଖ ରାତିରେ ମୁମ୍ବାଇ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ ଜୁହୁ ସମୁଦ୍ରକୂଳ ନିକଟରେ ଥିବା ଏକ ଫାଇଭ୍ ଷ୍ଟାର ହୋଟେଲ୍ରେ ଚଢ଼ଉ କରିଥିଲା । ଏହି ସମୟରେ ହୋଟେଲ୍ରେ ସେକ୍ସ ରାକେଟ୍ ·ଲିଥିବା ନେଇ ଜାଣିବାକୁ ମିଳିଥିଲା । ବଲିଉଡ୍ର ଜଣେ କାଷ୍ଟିଂ ଡାଇରେକ୍ଟର ଓ ଫିଲ୍ମ ନିର୍ମାତା ଏହି ସେକ୍ସ ରାକେଟ୍ ଚଳାଉଥିଲେ ବୋଲି ଜଣାପଡ଼ିଛି । ଫିଲ୍ମରେ ଅଭିନୟ କରିବାର ଲୋଭ ଦେଖାଇ ମଡେଲ୍ ଓ ଅଭିନେତ୍ରୀଙ୍କୁ ପ୍ରଥମେ ସେମାନେ ନିଜ ଜାଲରେ ଫସାଉଥିଲେ ଓ ପରେ ସେମାନଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ । ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର କ୍ରିମିନାଲ୍ ଇଣ୍ଟେଲିଜେନ୍ସି ୟୁନିଟ୍ର ଆସିଷ୍ଟାଣ୍ଟ୍ ପୋଲିସ୍ ଇନ୍ସପେକ୍ଟର ସଚିନ୍ କଦମ କହିଛନ୍ତି, ଜଣେ କାଷ୍ଟିଂ ଡାଇରେକ୍ଟର ଓ ଫିଲ୍ମ ନିର୍ମାତା ପ୍ରେମ୍ ନାମକ ଜଣେ ବ୍ୟକ୍ତି ମଡେଲିଂ ଓ ଫିଲ୍ମରେ ଅଭିନୟ ପାଇଁ ସଂଘର୍ଷ କରୁଥିବା ଯୁବତୀଙ୍କୁ ପ୍ରଥମେ ନିଜ ଜାଲରେ ଫସାଉଥିଲେ ଓ ପରେ ସେମାନେ ଯୁବତୀମାନଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବ୍ଲାକ୍ମେଲିଂ କରୁଥିଲେ । ଏଭଳି କିଛି ବିଶେଷ ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ପୋଲିସ୍ ହୋଟେଲ୍ରେ ରେଡ୍ କରିବା ସହ ୮ଜଣ ମଡେଲ୍ଙ୍କୁ ଛାଡ଼ି ଦେଇଛି ।
ପୋଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ, ଅନେକ ୱେବ୍ସାଇଟ୍ ମାଧ୍ୟମରେ ଗ୍ରାହକଙ୍କୁ ଦେହ ବ୍ୟବସାୟ ରାକେଟ୍ରେ ସାମିଲ ହେବା ପାଇଁ କୁହାଯାଉଥିଲା । ଏହି ରାକେଟ୍ର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍ ଏକ ଜାଲ ବିଛାଇ ଥିଲା ଓ ନକଲି ଗ୍ରାହକ ହୋଇ ପ୍ରେମ୍ଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ଜମା କରିଥିଲେ । ଜାନୁଆରୀ ୧୯ରେ ଜୁହୁ ସ୍ଥିତ ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଚଢ଼ଉ କରି କ୍ରିମିନାଲ୍ ଇଣ୍ଟେଲିଜେନ୍ସି ୟୁନିଟ୍ ୨ଜଣ ମହିଳାଙ୍କ ସହ ପ୍ରେମ୍କୁ ଧରିଥିଲା ।
ଘଟଣାର ଯାଞ୍ଚ ପରେ ଜଣାପଡ଼ିଥଲା ଯେ, ଧରାପଡ଼ିଥିବା ମହିଳାମାନଙ୍କ ମଧ୍ୟରୁ ଜଣେ କୋଲକାତାର । ତାଙ୍କୁ ମଧ୍ୟ ଅଭିନେତ୍ରୀ ହେବାର ଲୋଭ ଦେଖାଇ ସେକ୍ସ ରାକେଟ୍ରେ ସାମିଲ କରାଯାଇଥିଲା । ଧରାପଡ଼ିଥିବା ଏହି ୩ଜଣଙ୍କ ସୂଚନା ଆଧାରରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଉ କରି ୮ ମଡେଲ୍ଙ୍କୁ ଛାଡ଼ି ଦେଇଛି । ଏମାନଙ୍କ ମଧ୍ୟରୁ କିଛି ଯୁବତୀ, ମଡେଲିଂ, ୱେବ୍ ସିରିଜ୍ ଓ ସିରିୟଲ୍ରେ କାମ କରିଥିବା ଜଣାପଡ଼ିଛି । ପ୍ରେମ୍ ଓ ଧରାପଡ଼ିଥିବା ଦୁଇ ମହିଳାଙ୍କ ବିରୋଧରେ ମୁମ୍ବାଇର ଜୁହୁ ଥାନାରେ ମାମଲା ରୁଜୁ ହୋଇଛି । ସେମାନଙ୍କ ନିକଟରୁ ୫ ଲକ୍ଷ ୫୯ ହଜାର ଟଙ୍କା ଓ ୧୫ଟି ସ୍ମାର୍ଟଫୋନ୍ ଜବତ କରାଯାଇଛି । ଏକ କାର୍ ମଧ୍ୟ ଜବତ ହୋଇଛି । ଏହାସହ ଏହି ଘଟଣାରେ ଆଉ ୩ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ରାକେଟ୍ରେ ଆଉ କିଛି ଲୋକ ସାମିଲ ଥିବା ଆଶଙ୍କାରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.